ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ର ଝିଅ ସାଇନା ସର୍ବଭାରତୀୟ ସି ଏ ପରୀକ୍ଷା ରେ ୪୭ ନମ୍ବର ରେଙ୍କ ରେ କୃତିତ୍ଵ

ଜୁନାଗଡ ର ଝିଅ ସାଇନା ସର୍ବଭାରତୀୟ ସି ଏ ପରୀକ୍ଷା ରେ ୪୭ ନମ୍ବର ରେଙ୍କ ରେ କୃତିତ୍ଵ

ଜୁନାଗଡ଼,୧୧/୭(ମ ନି ସ) ଜୁନାଗଡ ସହର ର ସାଇନା ଅଗ୍ରୱାଲ ସର୍ବ ଭାରତୀୟ ସି ଏ ପରୀକ୍ଷା ରେ ୪୭ ତମ ରେଙ୍କ ରଖି କୃତିତ୍ଵ ହାସଲ କରିଛନ୍ତି l ଏ କୃତିତ୍ଵ ଯୋଗୁ ଜୁନାଗଡ ସହର ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l ଚଳିତ ବର୍ଷ ଅନୁଷ୍ଠିତ ସି ଏ ପରୀକ୍ଷା ରେ ଦେଶ ର ବିଭିନ୍ନ ଅଞ୍ଚଳ ର ଛାତ୍ର ଛାତ୍ରୀ କୃତିତ୍ଵ ହାସଲ କରିଥିବା ବେଳେ ଜୁନାଗଡ ସହର ର ସାଇନା ଅଗ୍ରୱାଲ ଏହି ପରୀକ୍ଷା ଦେଇ ୪୭ ତମ ରେଙ୍କ ରଖି କୃତିତ୍ୱ ହାସଲ କରିଥିବା ହେତୁ କଳାହାଣ୍ଡି ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି l ଜୁନାଗଡ ସହର ର ସୁନୀଲ ଅଗ୍ରୱାଲ ଓ ମାତା ରିନା ଅଗ୍ରୱାଲ ଙ୍କ ସୁପୂତ୍ରି ଅଟନ୍ତି l ସେ ପ୍ରଥମେ ସର୍ବ ଭାରତୀୟ ସି ଏ ଫାଉଣ୍ଡେସନ ପରୀକ୍ଷା ରେ ୧ ମ ରେଙ୍କ ଥିବା ବେଳେ ଇଣ୍ଟରମିଡ଼ିଏଟ ରେ ୧୨ ନ୍ ରେଙ୍କ ରେ କୃତିତ୍ଵ ହାସଲ କରିଥିଲେ l ସେ ଆଗକୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସୂତି କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ତାଙ୍କ ର କୃତିତ୍ଵ ରେ ଜୁନାଗଡ ବିଧାୟକ୍ କ୍ୟାପଟେନ୍ ଦିବ୍ଯଶଙ୍କର ମିଶ୍ର ,ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, ସାମାଜ ସେବି ଦୂର୍ଗା ନାଏକ ,ସାମ୍ବାଦିକ ସଂଘ, ବଣିକ ସଂଘ ରୁ ପ୍ରମୂଖ ଶୁଭେଚ୍ଛା ଜ୍ଞାପନ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ

Sunil Chandra Nayak

ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀର ମହାନତା : ସଧାରଣରେ ଉଚ୍ଚ ପ୍ରଶଂସା 

Sunil Chandra Nayak

ରବିଧାନ ପଞ୍ଜିକରଣ ନେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷୀ ଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

Leave a Comment

error: Content is protected !!