ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ର ଝିଅ ସାଇନା ସର୍ବଭାରତୀୟ ସି ଏ ପରୀକ୍ଷା ରେ ୪୭ ନମ୍ବର ରେଙ୍କ ରେ କୃତିତ୍ଵ

ଜୁନାଗଡ ର ଝିଅ ସାଇନା ସର୍ବଭାରତୀୟ ସି ଏ ପରୀକ୍ଷା ରେ ୪୭ ନମ୍ବର ରେଙ୍କ ରେ କୃତିତ୍ଵ

ଜୁନାଗଡ଼,୧୧/୭(ମ ନି ସ) ଜୁନାଗଡ ସହର ର ସାଇନା ଅଗ୍ରୱାଲ ସର୍ବ ଭାରତୀୟ ସି ଏ ପରୀକ୍ଷା ରେ ୪୭ ତମ ରେଙ୍କ ରଖି କୃତିତ୍ଵ ହାସଲ କରିଛନ୍ତି l ଏ କୃତିତ୍ଵ ଯୋଗୁ ଜୁନାଗଡ ସହର ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l ଚଳିତ ବର୍ଷ ଅନୁଷ୍ଠିତ ସି ଏ ପରୀକ୍ଷା ରେ ଦେଶ ର ବିଭିନ୍ନ ଅଞ୍ଚଳ ର ଛାତ୍ର ଛାତ୍ରୀ କୃତିତ୍ଵ ହାସଲ କରିଥିବା ବେଳେ ଜୁନାଗଡ ସହର ର ସାଇନା ଅଗ୍ରୱାଲ ଏହି ପରୀକ୍ଷା ଦେଇ ୪୭ ତମ ରେଙ୍କ ରଖି କୃତିତ୍ୱ ହାସଲ କରିଥିବା ହେତୁ କଳାହାଣ୍ଡି ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି l ଜୁନାଗଡ ସହର ର ସୁନୀଲ ଅଗ୍ରୱାଲ ଓ ମାତା ରିନା ଅଗ୍ରୱାଲ ଙ୍କ ସୁପୂତ୍ରି ଅଟନ୍ତି l ସେ ପ୍ରଥମେ ସର୍ବ ଭାରତୀୟ ସି ଏ ଫାଉଣ୍ଡେସନ ପରୀକ୍ଷା ରେ ୧ ମ ରେଙ୍କ ଥିବା ବେଳେ ଇଣ୍ଟରମିଡ଼ିଏଟ ରେ ୧୨ ନ୍ ରେଙ୍କ ରେ କୃତିତ୍ଵ ହାସଲ କରିଥିଲେ l ସେ ଆଗକୁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସୂତି କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ତାଙ୍କ ର କୃତିତ୍ଵ ରେ ଜୁନାଗଡ ବିଧାୟକ୍ କ୍ୟାପଟେନ୍ ଦିବ୍ଯଶଙ୍କର ମିଶ୍ର ,ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, ସାମାଜ ସେବି ଦୂର୍ଗା ନାଏକ ,ସାମ୍ବାଦିକ ସଂଘ, ବଣିକ ସଂଘ ରୁ ପ୍ରମୂଖ ଶୁଭେଚ୍ଛା ଜ୍ଞାପନ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ

masiha

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

masiha

Leave a Comment

error: Content is protected !!