ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ 

ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଧର୍ମଗଡ ଠାରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ ବରିଷ୍ଠ ଶୈଳ ବିଶେଷଜ୍ଞ ଡାକ୍ତର ବାବାଜୀ ଚରଣ ଦାଶ ଏହି ଶିବିରରେ ଯୋଗ ଦେଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥଲେ।

ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସ୍ଵାସ୍ଥ୍ୟ ଶିବିର କୁ ଆଧ୍ୟାତ୍ମିକ କଥାବ୍ୟାସ ଶ୍ରୀ ଆଶୀର୍ବାଦ ଜୀ ମହାରାଜ ଧର୍ମଗଡ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ସାମ୍ୱାଦିକ ବିଦ୍ୟାଧର ସାହୁ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଚୈତନ୍ୟ ମେହେର, ସାମ୍ୱାଦିକ ଇଙ୍ଗିତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅଞ୍ଚଳର ବରିଷ୍ଠ ଶୈଳ ବିଶେଷଜ୍ଞ ଡାକ୍ତର ବାବାଜୀ ଚରଣ ଦାଶ ଏହି ଶିବିରରେ ଯୋଗ ଦେଇ ଦୂର ଦୁରାନ୍ତରୁ ଆସିଥିବା ରୋଗୀ ମାନଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରିଥଲେ।ଜଗନ୍ନାଥ ସେବା ସମିତି ପକ୍ଷରୁ ରୋଗୀ ମାନଙ୍କୁ ଆବଶ୍ୟକୀୟ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା। ଜଟିଳ ରୋଗରେ ପୀଡିତ ଥିବା ରୋଗୀଙ୍କ ଅସ୍ତ୍ରୋପଚାର ଖର୍ଚ୍ଚ ଜଗନ୍ନାଥ ସେବା ସମିତି ବହନ କରିବ ବୋଲି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

୨୦୦୮ ମସିହାରୁ ଜଗନ୍ନାଥ ସେବା ସମିତି ଜିଲ୍ଲାରେ ସେବା କାର୍ଯ୍ୟ କରିଆସୁଛି। ବାହାର ରାଜ୍ୟର ନାମୀ ଡାକ୍ତର ମାନଙ୍କୁ ଡକାଇ ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିବା ସହ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସ୍ଵଚ୍ଛଳ ଲୋକଙ୍କୁ ମାଗଣାରେ ପୂରୀ ଜଗନ୍ନାଥ ଦର୍ଶନ, ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରୀବ କନ୍ୟା ରତ୍ନ ମାନଙ୍କ ବିବାହ ରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣାରେ ଶବ ଦାହ ପାଇଁ କାଠ ଯୋଗାଣ ଏବଂ କରୋନା କାଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଓ ସୁଖା ଖାଦ୍ୟ ପ୍ରଦାନ ଓ ଗରୀବ ମାନଙ୍କୁ ମାଗଣାରେ ଚପଳ ଓ ଛତା ବଣ୍ଟନ କରି ଜଗନ୍ନାଥ ସେବା ସମିତି ଅଞ୍ଚଳରେ ସମସ୍ତଙ୍କ ର ପ୍ରୀୟଭାଜନ ହୋଇ ପାରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡିୱାଇଏଫଆଇ ର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୦ ଓ ରାଜ୍ୟ ସମ୍ମିଳନୀ ଆସନ୍ତା ୩୦ ରେ …

Sunil Chandra Nayak

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ହେଲା ଜମି ଚିହ୍ନଟ 

masiha

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

Leave a Comment

error: Content is protected !!