ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଉତ୍କଳ ଦିବସରେ ଶିକ୍ଷକ ଙ୍କ ନିଆରା କାର୍ଯ୍ୟକ୍ରମ

ପବିତ୍ର ଉତ୍କଳ ଦିବସରେ ଶିକ୍ଷକ ଙ୍କ ନିଆରା କାର୍ଯ୍ୟକ୍ରମ

ବସ୍ତା,01/04 : ଆଜିର ଦିନରେ ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବାରୁ ଏହି ସ୍ମୃତିକୁ ମନେରଖିବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଏ ଉତ୍କଳ ଦିବସ । ଏଭଳି ଏକ ପବିତ୍ର ଦିବସ ରେ ଓଡ଼ିଆ ଭାଷା ଓଡ଼ିଆ ଜାତି କୁ ଆଗକୁ ନେବା ପାଇଁ ସର୍ବଦା ଚେଷ୍ଟିତ ଜଣେ ଗୁରୁ । ବର୍ଣ୍ଣବୋଧ ପାଠଶାଳା ପାଇଁ ଓଡିଶା ରେ ଯାହା ଙ୍କ ସ୍ୱତନ୍ତ୍ର ପରିଚୟ । ଅହରହ ସର୍ବଦା ଲାଗି ପଡନ୍ତି ସମାଜ ସେବା ରେ କେତେବେଳେ ଅସୁସ୍ଥ ଛାତ୍ରୀ ଙ୍କୁ ସହାୟତା ର ହାତ ତ କେତେବେଳେ ଅସହାୟ ଙ୍କ ସାହା । ପୁଣି ବୃକ୍ଷ ରୋପଣ ପରି ସଚେତନ କାର୍ଯ୍ୟକ୍ରମ ଯାହା ଙ୍କ ପରିଚୟ ଓଡିଶା ର ସ୍ୱତନ୍ତ୍ର ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ଗ୍ରାମପଂଚୟତ ଥେଙ୍ଗଡିହା ଗ୍ରାମ ର ଆଦର୍ଶ ଶିକ୍ଷକ ତଥା କୁଳଡିହା ସରକାରୀ ପ୍ରାଥମିକ ବିଦ୍ୟାଳୟର ର ସହକାରୀ ଶିକ୍ଷକ ଗଣେଶ ଚନ୍ଦ୍ର ଜେନା । ଯାହା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମସ୍ତ ଙ୍କ ପାଇଁ ପ୍ରେରଣା । ଆଜିର ଦିବସ ରେ ଗାଁ ଗାଁ ଘରେ ଘରେ ବୁଲି ଓଡ଼ିଆ ଭାଷା ଆଗକୁ ନେବା ପାଇଁ ଯେଉଁ ପ୍ରୟାସ ତା ଅବର୍ଣ୍ଣନୀୟ । ଧନ୍ୟ ଗୁରୁ ତୁମେ ଧନ୍ୟ ଆପଣ ଙ୍କ କାର୍ଯ୍ୟ ସମସ୍ତ ଙ୍କ ପାଇଁ ଶିକ୍ଷଣୀୟ ନିଶ୍ଚିତ । ଏଭଳି ନିଆରା ପ୍ରୟାସ କୁ ଦେଖି ସମସ୍ତେ ପ୍ରସଂଶା କରିବାରେ ଲାଗିପଡିଛନ୍ତି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

masiha

ଦୁଇ ଅନାଥ ଝିଅ ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ରେ ଛାଡ଼ିଲା ବହୁଜନ ସଂଗ୍ରାମ ସମିତି

masiha

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!