ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୫ ତମ ବାର୍ଷିକୋତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଶ୍ରୀ ସ୍ଵପ୍ନlଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦାସ, ମୁଖ୍ୟବକ୍ତାଭାବେ ପୁରାତନ ଛାତ୍ରୀ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସଶ୍ମିତା ଅଧିକାରୀ, ସମ୍ମାନିତ ଅତିଥି ଭାବେ ହେଡ କ୍ୱାଟର ବି.ଏସ୍.ଏସ୍.ଓ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ବେହୁରା, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସମୀର ଚାନ୍ଦ, ପୁରାତନ ଛାତ୍ର, ଅଧ୍ୟାପକ ବିଶ୍ଵ ରଞ୍ଜନ ନାୟକ, ଅଧ୍ୟାପକ ବାବାଇ ନନ୍ଦୀ ଓ ପୌର କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଯୋଗ ଦେଇ ଗ୍ରାମାଞ୍ଚଳରେ ଜନ୍ମ ନେଇ ପୌର ସଂସ୍ଥା ଅଧିନକୁ ଆସି ଦୀର୍ଘ ପଇଁତିରିଶ ବର୍ଷ ମଧ୍ୟରେ ଏହା ରାଜ୍ଯର ଏକ ଅଗ୍ରଣୀ ସ୍ଵତନ୍ତ୍ର ବିଦ୍ୟାଳୟ ରେ ଉଭା ହୋଇ ପାରିଥିବାରୁ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା ପୌରସଂସ୍ଥା ସର୍ବୋପରି କର୍ମଚାରୀ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ, ଏହି ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଅନେକ୍ ଅଧ୍ଯାପକ, ସୁନାମ ଧନ୍ଯ କଣ୍ଠଶିଳ୍ପୀ, ଶିକ୍ଷକ, ବିଭିନ୍ନ ବିଭାଗରେ ସରକାରୀ କର୍ମଚାରୀ ହୋଇ ପାରିଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ l ପ୍ରଥମେ ଅତିଥିମାନେ ପିଲାମାନଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ ସହ ଓଡିଶା ପ୍ରଦେଶ ଗଠନରେ ପ୍ରମୂଖ ଯୋଦ୍ଧା ମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ସଙ୍ଗୀନ ଶିକ୍ଷୟତ୍ରୀ ସଶ୍ମିତା ରାଉତଙ୍କ ସଂଯୋଜନା ରେ ପିଲାମାନେ ଅlବାହନି ସଙ୍ଗୀତ ଓ ଭଜନ ପରିବେଷଣ କରିଥିଲେ lଏକ ମନ ନେଇ ଦୃଷ୍ଟି ବାଧିତ ପିଲାମାନଙ୍କ ଶିକ୍ଷାଦାନ ଓ ଥଇଥାନ ପାଇଁ କାର୍ଯ୍ୟ କରିବାକୁ ବକ୍ତାମାନେ ମତ ପ୍ରକାଶ କରିଥିଲେ l ଇତ୍ୟବସରରେ ଅତିଥିମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l ସହକାରୀ ଶିକ୍ଷକ ବଟକୃଷ୍ଣ ବାରିକ ସ୍ୱାଗତ୍ ଭାଷଣ, ଅରୁଣ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ,ଓ ଭରତ କୁମାର ସାହୁ ଧନ୍ଯବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ କଳାକାର ପଣ୍ଡା, କର୍ମଚାରୀ ମହେନ୍ଦ୍ର ପ୍ରସାଦ ସିଂ, ଗୀତାଞ୍ଜଳି ଦାସ, ଅଲେଖ ଚନ୍ଦ୍ର ଜେନା, ମାନିନୀ ବେହେରା, ମନୋଜ କୁମାର ବେହେରା, ବିକାଶ ଦାସ ପ୍ରମୂଖ ଯୋଗ ଦେଇ ସହଯୋଗ କରିଥିଲେ,।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ  

Sunil Chandra Nayak

ବିଭିନ୍ନ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନ ଓ ତଦାରଖ କରି ଚର୍ଚ୍ଚାରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା

ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୫-୨୬ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!