ବନ୍ୟା ଆଶଙ୍କାରେ ଖଇରା ବଜାର ଓ ଆଳଦା ଗ୍ରାମବାସୀ, ପୂର୍ତ୍ତ ବିଭାଗର ଅସହଯୋଗରୁ ଉଠିପାରିଲାନି ବିଦ୍ୟୁତ ଖୁଣ୍ଟ
ବାଲେଶ୍ଵର,୦୩/୪/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ବଜାର ଓ ଆଳଦା ଗ୍ରାମର ଡ୍ରେନ ସମସ୍ୟା ଯୋଗୁଁ ପ୍ରତ୍ୟେକ ବର୍ଷ ବର୍ଷା ଋତୁ ଆସିଲେ କୃତ୍ରିମ ବନ୍ୟା ପାଣି ମାଡ଼ି ଆସି କ୍ଷିୟକ୍ଷତି ଘଟାଇବା ଫଳରେ ଆଳଦା ଗ୍ରାମ ଓ ଖଇରା ବଜାର ବାସିନ୍ଦା ତଥା ବ୍ୟବସାୟୀଙ୍କ ପାଇଁ ଚିର ସହଚର ଘଟଣା ହୋଇଥାଏ । ବନ୍ୟାରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହେଉଥିଲେ ହେଁ କୌଣସି ସମୟରେ ଟଙ୍କାଟିଏ କ୍ଷତି ପୂରଣ ମିଳେ ନାହିଁ, ହେଲେ ବିଦ୍ୟୁତ୍ କମ୍ପାନୀ ଅଧିକାରୀଙ୍କ ଅସହଯୋଗ ମନୋଭାବ କାରଣରୁ ଡ୍ରେନ ସଂଲଗ୍ନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ ଖୁଣ୍ଟ ଉଠାଯାଇପାରୁ ନାହିଁ ବୋଲି ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରଣଜିତ ଭୂୟାଁ କହିଛନ୍ତି । ଆଗାମୀ ବର୍ଷା ଋତୁରେ ବନ୍ୟା ବିଭୀଷିକାର ସମୁଖୀନ ହେବେ ବୋଲି ଆଳଦା ଗ୍ରାମବାସୀ ଓ ଖଇରା ବଜାର ବାସୀ କହୁଛନ୍ତି, ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖଇରା ବାସୀଙ୍କ ତରଫରୁ ବାରମ୍ବାର ଦାବି ପରେ ଡ୍ରେନ ବ୍ୟବସ୍ଥାର ସୁଧାର ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୫ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ୨୦୨୩ ମସିହା ଅକ୍ଟୋବର ୧୧ ତାରିଖରେ ସ୍ଥାନୀୟ ବିଧାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାମ ଆରମ୍ଭ ସାଙ୍ଗକୁ ପ୍ରସ୍ତାବିତ ଡ୍ରେନ ଉପରେ ଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ ଖୁଣ୍ଟ ଉଠାଇବାକୁ ଟାଟା ପାୱାର ଅଧିକାରୀଙ୍କୁ ପୂର୍ତ୍ତ ବିଭାଗ ତରଫରୁ ଚିଠି କରାଯାଇଥିଲା । ହେଲେ ବିଦ୍ୟୁତ ବିଭାଗର ଅଧିକାରୀମାନେ ଉଠା ଖର୍ଚ୍ଚ ଏଷ୍ଟିମେଟ ଦେବା ନାମରେ ଅଯଥାରେ ସମୟ ଗଢାଇ ଚାଲିଲେ । ଉଭୟ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବାରମ୍ବାର ଅବଗତ ସ୍ବତ୍ତେ ଏହା ପ୍ରଦାନ କରାଗଲା ନାହିଁ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ମାତ୍ର ଅଳ୍ପଦିନ ପୂର୍ବରୁ ୧ କୋଟି ୭୨ ଲକ୍ଷ ଟଙ୍କାର ଏକ ଲମ୍ବା ଏଷ୍ଟିମେଟ ଚିଠା ପ୍ରଦାନ କରାଗଲା । ହେଲେ ପୂର୍ତ୍ତ ବିଭାଗ ତରଫରୁ ଟ୍ରାନ୍ସଫର୍ମର ଓ ଖୁଣ୍ଟ ଅପସାରଣ ପାଇଁ ମାତ୍ର ୫୦ ଲକ୍ଷ ଟଙ୍କାର ପ୍ରୋଭିଜନ ରଖାଯାଇଥିଲା, ଯେଉଁଥିପାଇଁ ଡ୍ରେନ ଏଷ୍ଟିମେଟର ପରିବର୍ତ୍ତନ ପାଇଁ ମୁଖ୍ଯ ଯନ୍ତ୍ରୀ, ସୁପରିଟେଣ୍ଟ ଯନ୍ତ୍ରୀଙ୍କ ଅନୁମୋଦନର ଆବଶ୍ୟକତା ପଡ଼ିଲା । ସେପଟେ ନିର୍ବାଚନ ଆଚରଣବିଧି ଘୋଷଣା ଅନୁମୋଦନର ଅନ୍ତରାୟ ସୃଷ୍ଟି କଲା । ଗୋଟିଏ ପଟେ ତୃଟିପୂର୍ଣ୍ଣ ସାମସ୍ୟା କିଛି ବିଲ୍ ପାଇଁ ଗ୍ରାହକ ବିଦ୍ୟୁତ ସଂଯୋଗ କାଟିବାରେ ଅବହେଳା କରୁନଥିବା ଟାଟା ପାୱାର କମ୍ପାନୀର ଏଭଳି ଆଚରଣରେ ଆଳଦା ଗ୍ରାମ ଓ ଖଇରା ବଜାର ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଟାଟା ପାୱାରର ଖଇରା ସହକାରୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର ବିଶ୍ବାଳଙ୍କୁ ଯୋଗାଯୋଗ କରିବାରେ ଏଭଳି ବିଳମ୍ବକୁ ଅସ୍ବୀକାର କରିବା ସହ କହିଛନ୍ତି ମିଳିତ ଭାବେ ପୂର୍ତ୍ତ ବିଭାଗ ଅଧିକାରୀ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ଜଏଣ୍ଟ ସର୍ଭେ ମାଧ୍ୟମରେ ଏହି ଏଷ୍ଟିମେଟ ପ୍ରସ୍ତୁତ କରାଯାଇ ନିର୍ଦ୍ଧାରିତ ଠିକ୍ ସମୟରେ ଏହା ପ୍ରଦାନ କରାଯାଇଛି ବୋଲି ସହକାରୀ ଯନ୍ତ୍ରୀ ଇଂ ବିଶ୍ବାଳ କହିଛନ୍ତି । ଡ୍ରେନ ନିର୍ମାଣ ସମୟରେ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଅପସାରଣ କରିବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଣଜୀତ ଭୂୟାଁଙ୍କ ସହିତ ଖଇରା ବରିଷ୍ଠ ନାଗରିକ ମଞ୍ଚ ଓ ସ୍ବାଭିମାନ ମଞ୍ଚ ତରଫରୁ ମାନସ କୁମାର ମହାପାତ୍ର, ସାମ୍ବାଦିକ ତଥା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ପଦ୍ମଲୋଚନ ଦାଶ, ଡ୍ରେନ ନିର୍ମାଣ ପରିଦର୍ଶନରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି, ଏ ବିଷୟରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଶ୍ରୀ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଲେ ସରକାରଙ୍କ ନିୟମ ଅନୁସାରେ ଟେଣ୍ଡର ପୂର୍ବରୁ ବିଦ୍ୟୁତ ବିଭାଗ, ଦୂରସଂଚାର ନିଗମ, ଜଳପରିମଳ ବିଭାଗ ସହିତ ଆଲେଚନା ପରେ ମିଳିତ ଭାବେ ଜଏଣ୍ଟ କ୍ଷେତ୍ର ପରିଦର୍ଶନ କରି ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା, ହେଲେ ପୂର୍ତ୍ତ ବିଭାଗ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ମାନଙ୍କ ସହିତ କଥାବାର୍ତ୍ତା କିମ୍ବା ଆଲୋଚନା ନକରି ପ୍ରଥମେ ଆଳଦା ଛକ ନିକଟରୁ ବାମ ପାଶ୍ୱ ନାଳ ଉପରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା, ଯାହା ଦେଖିବାକୁ ମିଳିଛି ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମର ଓ ଖୁଣ୍ଟ ଅପସାରଣ ନକରି ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେହିଭଳି ଦୂରସଂଚାର ନିଗମ ଓ ଜଳପରିମଳ ବିଭାଗ ପକ୍ଷରୁ କୌଣସି ଇଉଲିଟି ବାହାର ନକରି ଡ୍ରେନ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିବାର ଦେଖିବାକୁ ମିଳିଥିଲା, ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଶ୍ରୀ ବିଶ୍ବାଳ କହିଛନ୍ତି, ବିଦ୍ୟୁତ ବିଭାଗ ତରଫରୁ ଖୁଣ୍ଟ ଓ ୧୭ ଟ୍ରାନ୍ସଫର୍ମର ଅପସାରଣ କରିବା ପାଇଁ ପ୍ରୋଭିଜିନାଲ ଏଷ୍ଟିମେଟ ୧ କୋଟି ୭୨ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ଚିଠି ଲେଖିଥିଲେ, ଆଉ ମଧ୍ୟ କହିଥିଲେ ପୂର୍ତ୍ତ ବିଭାଗ ଚାହିଁଲେ ବିଦ୍ୟୁତ ବିଭାଗ ଦ୍ଵାରା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଅପସାରଣ କରିପାରିବେ ନଚେତ୍ ପୂର୍ତ୍ତ ବିଭାଗର ଠିକାଦାର କରୁଥିବା କର୍ମଚାରୀ ମାନଙ୍କ ଦ୍ଵାରା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ଅପସାରଣ କରିପାରିବେ, ଏହା ସରକାରଙ୍କ ପକ୍ଷରୁ ଗାଇଡି ଲାଇନ୍ ଓ ନିୟମ ଅଛି ବୋଲି ଜଣାଇଥିଲେ, ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପାଦନ ସମୟରେ ଲାଇନ୍ କାଟିବା ଓ ଯୋଡିବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ସମ୍ପୂର୍ଣ ସାହଯ୍ୟ ସହଯୋଗ କରିବେ, ଏଠାରେ କେଉଁଠି ଅସୁବିଧା ରହିଲା ଯେ ବିଦ୍ୟୁତ୍ କମ୍ପାନୀର ଅସହଯୋଗରୁ ଉଠିପାରିଲା ନାହିଁ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର । ଏହା ସମ୍ପୁର୍ଣ୍ଣ ପୂର୍ତ୍ତ ବିଭାଗର ମନଗଢା ଓ କପୋଳକଳ୍ପିତ ଅଭିଯୋଗ ବୋଲି ବକ୍ତବ୍ୟ ରଖିଥିଲେ, ନୟାଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ମାନସ କୁମାର ମହାପାତ୍ର ଏବଂ ଜନସାଧାରଣ ତୁରନ୍ତ ପୂର୍ତ୍ତ ବିଭାଗ ଏସି ବାଲେଶ୍ଵର, ସହକାରୀ ଯନ୍ତ୍ରୀ ସୋର, କନିଷ୍ଠ ଯନ୍ତ୍ରୀ ଗଣ୍ଡିବେଡ ଓ ଟାଟା ପାୱାର କମ୍ପାନୀର ଅଧିକାରୀ ମାନେ ଖଇରାରେ ଉପସ୍ଥିତ ରହି ଏହାର ସମାଧାନ ପାଇଁ ଦାବି କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ


