ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେଲେ ସୁଧୀର ରଞ୍ଜନ ପଟ୍ଟଯୋଷୀ

ଧର୍ମଗଡ ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେଲେ ସୁଧୀର ରଞ୍ଜନ ପଟ୍ଟଯୋଷୀ

୨୦୨୪ ସଧାରଣ ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ଦଳ ର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କଳାହାଣ୍ଡି ଜିଲ୍ଲା ର ୭୯ ଧର୍ମଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଇନଜୀବୀ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କ ନାମ ଘୋଷଣା  ହେବା ପରେ ଦଳର କର୍ମୀ ଓ ତାଙ୍କ ସମର୍ଥକ ମଧ୍ୟ ରେ ବେଶ ଉତ୍ସାହ ପ୍ରକାଶ ପାଇଛି । ଆଜି ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଷୀ ନିଜ ସମର୍ଥକ ତଥା ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର,ନଗର ସଭାପତି ହରେକୃଷ୍ଣ ପଣ୍ଡା,NAC ଅଧ୍ୟକ୍ଷ ଅଶୋକ ମହାନ୍ତି,ବଲାଙ୍ଗୀର ପ୍ରଭାରୀ ହିମାଂଶୁ ପଣ୍ଡା, ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ, ଏସ ସି ସେଲ ର ସଭାପତି ଅପ୍ରେସ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ମନୀନ୍ଦ୍ର ପାତ୍ର, ଚନ୍ଦନ ପାତ୍ର, ଡମ୍ବରୁ ଧର ଠାକୁର, ପରାଶର ସା, ଘନ ଭାଟି ସମେତ ଶତାଧିକ ସମର୍ଥକ ଙ୍କ ସହ ସହର ପରିକ୍ରମା କରି ଧର୍ମଗଡ ର ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୂଜା ଅର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରିଥିଲେ।

ଚଳିତ ନିର୍ବାଚନ ରେ ଧର୍ମଗଡ ନିର୍ବାଚନରେ ସେ ନିଶ୍ଚିତ ଭାବରେ ବିଜୟୀ ହେବେ ବୋଲି ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ଜିଲ୍ଲା କଂଗ୍ରେସର ନୂତନ ସଭାପତିଙ୍କ ଗସ୍ତ

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ହେଲେ ଜଗଦୀଶ ସାନ୍ତ୍ର୍ରା

Sunil Chandra Nayak

Leave a Comment

error: Content is protected !!