ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲାର ଦକ୍ଷ କର୍ତ୍ତବ୍ୟନିଷ୍ଠ କନେଷ୍ଟବଳ ଭକ୍ତବତ୍ସଳ ବେହେରା ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ 

ମୟୂରଭଞ୍ଜ ଜିଲ୍ଲାର ଦକ୍ଷ କର୍ତ୍ତବ୍ୟନିଷ୍ଠ କନେଷ୍ଟବଳ ଭକ୍ତବତ୍ସଳ ବେହେରା ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ 

 ମୟୂରଭଞ୍ଜ – ୨/୦୪ ( ମସିହା )ରାଇରଙ୍ଗପୁର ମାଟିର ଗୌରବ ଓ ସୁନାମ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର କାର୍ଯ୍ୟରତ କନେଷ୍ଟବଳ ଭକ୍ତଵତ୍ସଳ ବେହେରା ।୨୨/୦୮/୨୦୧୮ ମସିହାରୁ ବାରିପଦାର ପୋଲିସ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ । ଜଣେ ପରିଶ୍ରମୀ,କର୍ତଵ୍ଯନିଷ୍ଠ ,ଉତ୍ତମ ବ୍ୟବହାର, ମିଷ୍ଟଭାଷୀ,ଦାୟିତ୍ବବାନ କନେଷ୍ଟବଳ ଭାବେ ‌ସେ ଜଣାଶୁଣା ।ନିଜର କର୍ତ୍ତବ୍ୟ, ଦାୟିତ୍ଵ ପ୍ରତି ସେ ପ୍ରତିବଦ୍ଧ ।ସାଇବର କ୍ରାଇମ,ଚୋରୀ,ଡକାୟତି, ସମ୍ପତ୍ତି ଅପରାଧିକ ମାମଲା,ସାଇବର ଠକେଇ ମାମଲା, ଶିଶୁ ଓ ମହିଳା ଅପହରଣ, ଅସହାୟ ବୟସ୍କଙ୍କୁ ସହାୟତା, ରାହାଜାନୀ,ଲୁଟେରା, ମୋବାଇଲ ,ସୁନା ଚେନ ଲୁଟ ଭଳି ମାମଲାରେ ତାଙ୍କର ନିଷ୍ଠାପର କାର୍ଯ୍ଯଶୈଳୀ ନେଇ ଜିଲ୍ଲାରେ ତାଙ୍କର ଏକ ରକମର ନିଆରା ପରିଚୟ ଅଛି ।୧୧ ଟି ଭଲ ସେବା ପାଇଁ ମାର୍କ,୧୨ ପୁରସ୍କାର ରାଶି ଏବଂ ବହୁ ପ୍ରଶଂସାରେ ସେ ସମ୍ମାନିତ ଓ ପ୍ରଶଂସିତ । କାର୍ଯ୍ୟରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୋଲିସ ବିଭାଗ ତରଫରୁ ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ କରାଯାଇଛି ।ସବୁ ମହଲରୁ ତାଙ୍କୁ ଅଭିନନ୍ଦନ କରାଯାଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ

masiha

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

masiha

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!