ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

ଖଇରା,୦୫/୪/୨୪- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାମାନେ ନିଜ ନିଜର ରାଜନୈତିକ କ୍ଷେତ୍ରରେ ପ୍ରଚାର ଆରମ୍ଭ କରିଥିବାର ନଜରକୁ ଆସିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ସିମୁଳିଆ – ଖଇରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା ତାଙ୍କର ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଖଇରା ବ୍ଲକ ଅନ୍ତର୍ଗତ ଗଗନଧୂଳି ଏବଂ ଡାଲଙ୍ଗ ପଞ୍ଚାୟତରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ବାଇକ୍ ରାଲି ଆରମ୍ଭ କରିଛନ୍ତି । ବାଇକ ଯୋଗେ ଗଗନଧୂଳି ଓ ଡାଲଙ୍ଗ ପଞ୍ଚାୟତ ପରିକ୍ରମା କରି କଂଗ୍ରେସ ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇଥିଲେ । ଏଥର ଏକ ମାତ୍ର ବିକଳ୍ପ କଂଗ୍ରେସ ବୋଲି ରାଲି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଲେ ଖଇରା ବାସିନ୍ଦା ତଥା କଂଗ୍ରେସର ଟାଣୁଆ ନେତା ହିମାଂଶୁ ଶେଖର ବେହେରା । ଲୋକମାନଙ୍କର ମଧ୍ୟ କଂଗ୍ରେସ ନେତା ଶ୍ରୀ ବେହେରାଙ୍କ ପ୍ରତି ସମର୍ଥନ ବଢୁଥିବାର ଖବର ସଂଗ୍ରହୁ ଜାଣିବାକୁ ମିଳୁଛି । ଯଦି ଏହିଭଳି ସମର୍ଥନ ଜାରି ରହେ ଆଗାମୀ ଦିନରେ ନିଶ୍ଚୟ ଜୟଯୁକ୍ତ ହେବେ ବୋଲି ଅଞ୍ଚଳରେ ଆଲୋଚନା ଜୋରଦାର ଆରମ୍ଭ ହୋଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମମତା ରାଣୀ ଗୋପାଳ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାନେତ୍ରୀ ନିଯୁକ୍ତ

Sunil Chandra Nayak

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡିରେ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!