ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଭାରତକୁ ଫଳବତୀ କରିବେ ରାଷ୍ଟ୍ର ପ୍ରେମୀ ଯୁବପିଢୀ 

ବିକଶିତ ଭାରତକୁ ଫଳବତୀ କରିବେ ରାଷ୍ଟ୍ର ପ୍ରେମୀ ଯୁବପିଢୀ 

ରାଉରକେଲା : ଆଜି ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପିର ୪୫ତମ ପ୍ରତିଷ୍ଠା ଦିବସ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା। ଜିଲ୍ଲା ସଭାନେତ୍ରୀ ଙ୍କ ଅନୁରୋଧ କ୍ରମେ ବିଜେପି ପ୍ରତିଷ୍ଠାତା ସଦସ୍ୟ ଗଙ୍ଗାଧର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜିଲ୍ଲା ସଭାନେତ୍ରୀ ଙ୍କ ସହିତ ପତାକା ଉତ୍ତୋଳନ କରି ଥିଲେ । ଶ୍ରୀ ଦାଶ ଉପସ୍ଥିତଙ୍କୁ ଉଦବୋଧନ ଦେଇ ବିଜେପିର ଦୀର୍ଘ ଦିନର ଯାତ୍ରା ଭାରତୀୟ ଜନ ସଙ୍ଘରୁ ବିଜେପି ଜନ୍ମ ବୃତ୍ତାନ୍ତ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଠାରୁ ଆରମ୍ଭ କରି ଭାରତରତ୍ନ ତଥା ବିଜେପିର ପ୍ରତିଷ୍ଠାତା ଅଟଳ ବିହାରି ବାଜପାୟୀ ଓ ଜସ୍ୱଶୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରଭକ୍ତି ଉପରେ ଆଲୋକ ପାତ କରିଥିଲେ ଏବଂ ସମସ୍ତଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ସେ ତାଙ୍କ ବକ୍ତବ୍ୟରେ ମୋଦୀ ଜିଙ୍କ ନାରା ” ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ” , ଆତ୍ମ ନିର୍ଭଶୀଳ ଭାରତ” , “ବିକଶିତ ଭାରତ” ଉପରେ ଚର୍ଚ୍ଚା କରିଥିଲେ। ଯୁବ ପିଢୀ ବିକଶିତ ଭାରତର ପ୍ରକୃତ ସାରଥୀ ହୋଇ ତାକୁ କାର୍ଯ୍ୟରେ ପରିଣତ କରିବେ ବୋଲି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ପ୍ରମିଳା ସୋନା, ଶଶାଙ୍କ ଜେନା, ମଳୟ ମହାପାତ୍ର, , ଅଜୟ କଂସାରୀ, ଆଶା ନାଇଡୁ, ସସ୍ମିତା ପାଢ଼ୀ, ସୂର୍ଯ୍ୟକାନ୍ତ ମହାନ୍ତି, ମନୋଜ ମାହେଶ୍ୱରୀ, ଗୁର ବିନ୍ଦର ସିଂ, ସରୋଜ ଦାସ, ଅଶୋକ ଲେଙ୍କା, ଅବୋଧ ରାୟ, ପ୍ରଶାନ୍ତ କୁମାର ପଣ୍ଡା, ଆଇ ରମେଶ ରାଜା , ମନୋରଞ୍ଜନ ମୁନି, କେଦାର ମହାନ୍ତି, କମଲେଶ ସାହା, ଆଲୋକ ନାୟକ, ରାଜେଶ ପ୍ରସାଦ, ସୁଶାନ୍ତ ମହାପାତ୍ର, ତାପସ ପରିଡ଼ା, ରମେଶ ସିଂ, ସୁଧାକର ସାହୁ, ବନିତା ମହାନ୍ତ, ହେମନ୍ତ ଜେନା, ଶ୍ରୀକାନ୍ତ ରାୟ, ତାରାକାନ୍ତ ମହାପାତ୍ର,, ଶ୍ରୀକାନ୍ତ ପାଢ଼ୀ, ବ୍ୟାସ ଦେବ ନାଥ, ସୋନୁ କଂଶାରୀ, ଆଶା ବତି, ସୀମା ମିଶ୍ର, ବନ୍ଦିତା ମହନ୍ତ, ପ୍ରମୋଦ ମହାନ୍ତି, ଲକ୍ଷ୍ମୀ ମିଶ୍ର, ଆଶା ସାହୁ, ଶ୍ରୀମା ମିଶ୍ର, କେ ଏନ୍ ଚୌବେ, ଶ୍ୟାମ ନାୟକ, ଏସ କେ ନାଜିରଙ୍କ ସହିତ ବହୁକର୍ମି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା

Sunil Chandra Nayak

ଉପଖଣ୍ଡ ସାମ୍ବାଦିକ ସଙ୍ଘ ବନମହୋତ୍ସବ

Sunil Chandra Nayak

ନିପା ସଂଘ ଦ୍ଵାରା ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ 

Leave a Comment

error: Content is protected !!