ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

କୋକସରା,୯/୪ // ଗାଁ ରେ ଦେଶୀ ମଦ କୋଠି ସହ ବିଦେଶୀ ମଦ ଅବାଧରେ ବିକ୍ରି ହେଉଥିବା ବେଳେ ଘରର ପୁରୁଷ, ଯୁବକ ଏପରିକି ସ୍କୁଲରେ ପଢ଼ୁଥିବା ଛାତ୍ର ମାନେ ମଦର କୁ ଅଭ୍ୟାସରେ ପଡୁଛନ୍ତି । ନିଶାଶକ୍ତ ହୋଇ ଗାଁରେ ଅରାଜକତା, ବିଶୃଙ୍ଖଳା ଓ ମହିଳା ଝିଅ ବୋହୁଙ୍କୁ ଟାହି ଟାପରା କରୁଥିବା ଅଭିଯୋଗ ନେଇ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମଲ ଗ୍ରାମର ୫/୬ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ କୋକସରା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଗାଁରେ ଥିବା ଦେଶୀ ମଦ କୋଠି ସହ ବିଦେଶୀ ମଦ ବିକ୍ରି ବନ୍ଦ କରିବା ସହ ମଦ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଜୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ପୋଲିସ ଥାନା ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସୁନାମାଲ ଗ୍ରାମର ମା ତୁଳସୀ ଗ୍ରୁପ, ମା ଦୁର୍ଗା ଏସଏଚଜି ଗ୍ରୁପ, ମା ମଙ୍ଗଳା ଏସଏଚଜି ଗ୍ରୁପ, ମାନ ପୁରିଆଣି ଏସଏଚଜି ଗ୍ରୁପ, ମା ଗାୟତ୍ରୀ ଏସଏଚଜି ଗ୍ରୁପ ର ସଭାପତି, ସମ୍ପାଦିକା ଓ ଶତାଧିକ ସଦସ୍ୟା ମାନେ କୋକସରା ଥାନାର ଦ୍ୱାରସ୍ଥ ହୋଇ ମଦ କୋଠି ବନ୍ଦ କରିବାକୁ ପୋଲିସ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀଙ୍କର ସହୀଦ ଦିବସ ପାଳିତ

Sunil Chandra Nayak

ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ

masiha

ବ୍ରହ୍ମପୁର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ଅନୁକଲ୍ୟ ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!