ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

କୋକସରା,୯/୪ // ଗାଁ ରେ ଦେଶୀ ମଦ କୋଠି ସହ ବିଦେଶୀ ମଦ ଅବାଧରେ ବିକ୍ରି ହେଉଥିବା ବେଳେ ଘରର ପୁରୁଷ, ଯୁବକ ଏପରିକି ସ୍କୁଲରେ ପଢ଼ୁଥିବା ଛାତ୍ର ମାନେ ମଦର କୁ ଅଭ୍ୟାସରେ ପଡୁଛନ୍ତି । ନିଶାଶକ୍ତ ହୋଇ ଗାଁରେ ଅରାଜକତା, ବିଶୃଙ୍ଖଳା ଓ ମହିଳା ଝିଅ ବୋହୁଙ୍କୁ ଟାହି ଟାପରା କରୁଥିବା ଅଭିଯୋଗ ନେଇ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମଲ ଗ୍ରାମର ୫/୬ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମାନେ କୋକସରା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଗାଁରେ ଥିବା ଦେଶୀ ମଦ କୋଠି ସହ ବିଦେଶୀ ମଦ ବିକ୍ରି ବନ୍ଦ କରିବା ସହ ମଦ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଜୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ପୋଲିସ ଥାନା ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସୁନାମାଲ ଗ୍ରାମର ମା ତୁଳସୀ ଗ୍ରୁପ, ମା ଦୁର୍ଗା ଏସଏଚଜି ଗ୍ରୁପ, ମା ମଙ୍ଗଳା ଏସଏଚଜି ଗ୍ରୁପ, ମାନ ପୁରିଆଣି ଏସଏଚଜି ଗ୍ରୁପ, ମା ଗାୟତ୍ରୀ ଏସଏଚଜି ଗ୍ରୁପ ର ସଭାପତି, ସମ୍ପାଦିକା ଓ ଶତାଧିକ ସଦସ୍ୟା ମାନେ କୋକସରା ଥାନାର ଦ୍ୱାରସ୍ଥ ହୋଇ ମଦ କୋଠି ବନ୍ଦ କରିବାକୁ ପୋଲିସ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏଲ୍. ଡି. ଏ ର ଚତୁର୍ଥ ତମ ପ୍ରତିଷ୍ଠା ଦିବସ ବହୁତ ଜୋରସୋର ରେ ପାଳିତ ହୋଇଯାଇଛି

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରତିଯୋଗୀତା 

masiha

Leave a Comment

error: Content is protected !!