ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଟାପଲାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଟାପଲା ଗ୍ରାମସ୍ଥିତ ବୀରକିଶୋର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ବିଜ୍ଞାନ ମେଳାରେ ୫୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଏହାକୁ ବ୍ଲକ ଶିକ୍ଷା ଅଧିକାରୀ ହୃଷିକେଶ ଗହୀର ଉଦଘାଟନ କରିଥିଲେ l ଉଦଯାପନୀ ଉତ୍ସବରେ କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ ପଧାନ ସଭାପତିତ୍ବ କରିଥିଲେ l ଏଥିରେ ତହସିଲଦାର ବାସନ୍ତୀ ସେଠୀ ମୁଖ୍ୟ ଅତିଥି, ମ. ରାମପୁର କଲେଜର ବିଜ୍ଞାନ ଅଧ୍ୟାପକ ତ୍ରିନାଥ ବିଷୋୟୀ ମୁଖ୍ୟ ବକ୍ତା, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ପୁରୋହିତ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସୁବାସ ସାହୁ, ସମିତି ସଭ୍ୟ ଆରତୀ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

Sunil Chandra Nayak

ମିନତୀ ଦାଶ ଙ୍କ କବିତା ଶୀତ ଆସିଛି…. 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଗ୍ରାମପଥ

Leave a Comment

error: Content is protected !!