ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଞ୍ଜମ ପୂର୍ଣ୍ଣ ଜୀବନଶୈଳୀ ଦ୍ୱାରା ଏଡ଼ସ ନିରାକରଣ ସମ୍ଭବ….

ଧର୍ମଗଡ଼:ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତଥା ରେଡରିବନ କ୍ଲବ ଆନୁକୂଲ୍ୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଲବ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସମ୍ମାନୀତ ଅତିଥି ଭାବେ ସ୍ବାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରଚଲା ର ଯୁବ ରେଡକ୍ରସ୍ ପରାମର୍ଶଦାତା ଭବାନୀ ଶଙ୍କର ପଣ୍ଡା ଓ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା କଲ୍ୟାଣୀ ମହାନ୍ତି , ମୁଖ୍ୟବକ୍ତା ଭାବେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ସମନ୍ଵିତ ପରାମର୍ଶ ପରୀକ୍ଷଣ କେନ୍ଦ୍ରର ପରାମର୍ଶଦାତା ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ସଞ୍ଜମ ପୂର୍ଣ୍ଣ ଜୀବନଶୈଳୀ ଦ୍ୱାରା ଏଡ଼ସ ନିରାକରଣ ସମ୍ଭବ ଏବଂ ସମ୍ପ୍ରତି ଦେଖା ଦେଇଥିବା ରକ୍ତ ସଂକଟକୁ ଦୂର କରିବା ପାଇଁ ସ୍ବେଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବା ସହ ରକ୍ତ ଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରେଡ୍ ରିବନ୍ କ୍ଲବ୍ ଛାତ୍ରୀ ମାନଙ୍କୁ ନେଇ ଏକ ମାନବ ଶୃଙ୍ଖଳ ଓ ରକ୍ତ ଦାନ ତଥା ଏଡ଼ସ ସଚେତନତା ମୂଳକ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ରାଲୀ ଆୟୋଜନ କରା ଯାଇଥିଲା। ଯୁବ ରେଡକ୍ରସ୍ ପରାମର୍ଶଦାତା ସଂଜୀବ କୁମାର ମୁଣ୍ଡ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ମମତା ତ୍ରିପାଠୀ, ଭାଗ୍ୟବତୀ ମିଶ୍ର , ସରିତା ସାମନ୍ତରାୟ, ଡିଗ୍ରୀ ମହାବିଦ୍ୟାଳୟ ଯୁବ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପିକା ଡ. ପଦ୍ମାଳୟା ଦଣ୍ଡସେନା, ଜୟନ୍ତୀ କୁମାରୀ ମୁଦୁଲି ତଥା ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ସ୍ୱେଚ୍ଛାସେବୀ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଲକ୍ଷପତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଡମ୍ବରୁଧର ନାଏକ, ମନୋଜ କୁମାର ସେଠୀ, ଶୁଶାନ୍ତ କୁମାର ପଟ୍ଟଯୋଶୀ , ସୁଶୀଳା ବାଗ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

masiha

Leave a Comment

error: Content is protected !!