ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପାଙ୍କର ଏକ ମାତ୍ର ରୋଜଗାରିଆ ପୁଅର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ

ବାପାଙ୍କର ଏକ ମାତ୍ର ରୋଜଗାରିଆ ପୁଅର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ

ଖଇରା,୧୦/୪/୨୪- ବାଲେଶ୍ଵର ଜିଲ୍ଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତର ପଦୁନା ଗ୍ରାମ । ଏହି ଗ୍ରାମର ଫକୀର ମତ୍ତଗଜଙ୍କ ପୁତ୍ର ଜୀବନ କୁମାର ମତ୍ତଗଜ ଯାହାଙ୍କ ବୟୟ ୨୪ ବର୍ଷ । ଘରର ଏକମାତ୍ର ପୁତ୍ର ଜୀବନ କୁମାର +୨ ପାସ୍ କଲା ପରେ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । ଗ୍ରାମରେ ହେଉଥିବା ବିଶ୍ବଶାନ୍ତି ମହାଯଜ୍ଞ ପାଇଁ ଘରକୁ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ ନିକଟବର୍ତ୍ତୀ ଏକ ସ୍ଥାନରେ କେହି ଦୃର୍ବୁତ୍ତ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବାରୁ ତା ୦୯/୪/୨୪ ରିଖ ଦିନ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ଏ ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ଜୀବନ କୁମାରଙ୍କ ବାପା ଜଣେ ସଙ୍ଗୀତଜ୍ଞ ହୋଇଥିବାରୁ ସେ ମଧ୍ୟ ବାପାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ଜଣେ ଉଚ୍ଚକୋଟୀର ସଙ୍ଗୀତ କଳାକାର ଥିଲେ । ନିଜର ସୁନ୍ଦର ସଙ୍ଗୀତ ପରିବେଷଣ ମାଧ୍ୟମରେ ବହୁ ଅନୁଷ୍ଠାନରୁ ମଧ୍ୟ ପୁରସ୍କୃତ ହୋଇଥିଲେ ଜୀବନ କୁମାର । ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ମୃତଦେହ ଆଣିବା ନିମନ୍ତେ ଗ୍ରାମବାସୀଙ୍କ ସମେତ ପରିବାର ଲୋକେ ଘଟଣା ସ୍ଥଳ ଆନ୍ଧ୍ରପ୍ରଦେଶ ଯାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଳେଶ୍ୱର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

Sunil Chandra Nayak

ଡମଝର୍ ସରକାରୀ ସେବାଶ୍ରମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ, ସ୍ଥାନୀୟ ବିଧାୟକଙ୍କ ଯୋଗଦାନ 

masiha

Leave a Comment

error: Content is protected !!