ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ଡାବୁଗାଁରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ଡାବୁଗାଁ, ୧୧/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ପକ୍ଷରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଡାବୁଗାଁ ପୋଲିସ ପକ୍ଷରୁ ଡାବୁଗାଁରେ ଗୁରୁବାର ଅପରାହ୍ନରେ ଫ୍ଲାଗମାର୍ଚ୍ଚ କରାଯାଇଛି | ଏହି ଫ୍ଲାଗମାର୍ଚ୍ଚ ଥାନାରୁ ବାହାରି ଜୟନ୍ତୀନଗର ଦେଇ ଡାବୁଗାଁ ଗ୍ରାମର ସାହି ଗୁଡିକରେ ଫ୍ଲାଗମାର୍ଚ୍ଚ କରି ଥାନାକୁ ଫେରିଥିଲେ | ଏଥିରେ ଡାବୁଗାଁ ତହସିଲଦାର ହରିଓମ ଭୋଇ, ବିଡିଓ ଶରତ ମାଝି, ଆଇଆଇସି ସୁନୀଲ କୁମାର ପ୍ରଧାନ, ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଅଜୟ କୁମାର, ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଗୋପାଳକୃଷ୍ଣ ହଲୱା ଓ ଚନ୍ଦ୍ରଶେଖର ହଜାରୀ, ଶିଂସାରି ଫାଣ୍ଡି ଅଧିକାରୀ ଶିଶିରକାନ୍ତ ଘୋଷ ଓ ସିଆରପିଏଫ ବାହିନୀ ଯୋଗ ଦେଇଥିଲେ | ଡାବୁଗାଁ ବ୍ଲକରେ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି | ଏଣୁ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବାପାଇଁ ପୋଲିସ ର ଏହି ସବୁ ପ୍ରୟାସ ଜାରି ରହିବ ବୋଲି ଡାବୁଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କିକିଆ ଉଚ୍ଚ ବିଦ୍ୟାଳୟ ରେ ଭେଷଜ ରୋଗର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ , ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନ

Sunil Chandra Nayak

କୁଡୁମୀ ସଂପ୍ରଦାୟ କୁ ଆଦିବାସୀ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ କୁଡୁମୀ ସେନା, ଓଡ଼ିଶା ପକ୍ଷରୁ ୫୨ ଫର୍ଦ୍ଦୀୟ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!