ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କାମ ସରୁନି ଲୋକେ ହେଉଛନ୍ତି ହନ୍ତ ସନ୍ତ:ପ୍ରଶାସନର ଦୃଷ୍ଟି ପଡୁ 

କାମ ସରୁନି ଲୋକେ ହେଉଛନ୍ତି ହନ୍ତ ସନ୍ତ:ପ୍ରଶାସନର ଦୃଷ୍ଟି ପଡୁ 

ନବରଙ୍ଗପୁର :(୧୧|୪)କାମ ସରୁନି ଲୋକ ହନ୍ତ ସନ୍ତ -ଗଂଜାମ ଜିଲ୍ଲା ବୁଢ଼ାମ୍ବ ଛକ ଠାରୁ ବୁଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ ନିମନ୍ତେ ସେତେବେଳର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀ କାନ୍ତ ସାହୁ ତା୨୦|୦୨|୨୦୨୩ ରେ ଭିତ୍ତିପସ୍ତର ସ୍ଥାପନ କରିଥିଲେ, ଯାହାର ଅଟକଳ ମୂଲ୍ୟ ଟ୩୬୮୬/ଲକ୍ଷ ଯାହା ସୂଚନା ଫଳକ ରୁ ଜଣାପଡୁଛି। ଏହି କାମକରିବା ପାଇଁ କଣ୍ଟ୍ରାକ୍ଟର କାମ ଆରମ୍ଭ କରିଥିଲେ, ସୁଦ୍ଧା ସୁଚାରୁରୂପେ କାମ କରି ପାରୁ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ପୋଲସରା ବଜାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଏହି ଅଂଚଳରୁ ହଜାର ହଜାର ସଂଖ୍ୟାରେ ବ୍ୟବସାୟୀ,ସାଧାରଣ ଲୋକ ବିଭିନ୍ନ ଅଫିସ କାମରେ ଆସୁଥିବାବେଳ ପାଠପଢିବାକୁ ମଧ୍ୟ ଶହ ଶହ ଛାତ୍ର ଛାତ୍ରୀ ପ୍ରତ୍ୟେକ ଦିନ ପୋଲସରା ସହରକୁ ଯାତାୟାତ କରୁଛନ୍ତି କିନ୍ତୁ ସହର ସାରା ରାସ୍ତା ଖାଲ ଖମାଣ ହୋଇଥିବାରୁ ପ୍ରତ୍ୟେକ ଦିନ କିଛିନା କିଛି ଦୁର୍ଘଟଣା ଘଟୁଛି lବିଭାଗୀୟ କର୍ତ୍ତୃପକ୍ଷ “ଆଖିଠାର ସଦୃଶ “ମାଟି ମୁଠାଏ ଛିଞ୍ଚି ନିରବ l ସେହିପରି ରାସ୍ତାର ବିଭିନ୍ନ ବ୍ରିଜ ଗୁଡିକ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି l ଯାହାଫଳରେ ଜନସାଧାରଣ ଙ୍କ ଗମନା ଗମନ ରେ ଅସୁବିଧା ହେଉଅଛି lଆଗକୁ ବର୍ଷା ଦିନ ଆସୁଥିବାରୁ ରାସ୍ତା କାମ କେବେ ସରିବ ସମସ୍ତଙ୍କ ମନରେ ଏହି ପ୍ରଶ୍ନବାଚୀ ଉଙ୍କି ମାରୁଛି ।ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଡକ ସୁରକ୍ଷା ସଚେତନା ଶୋଭାଯାତ୍ରା

masiha

ଅସହାୟକୁ ସହାୟ ହେଲା ବିଜୁ ଜନତା ଦଳ

Sunil Chandra Nayak

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!