ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପାଟଭାଲେରଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ 

ପାଟଭାଲେରଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ 

ଲାଞ୍ଜିଗଡ,୧୨/୦୪(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଧନପୁର ପଞ୍ଚାୟତ ପାଟଭାଲେରସ୍ଥିତ ଆମ୍ବ ବଗିଚାଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଧନପୁର ପଂଚାୟତ ବିଜେଡି ସଭାପତି କିରଣ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ସରପଞ୍ଚ ପ୍ରତିନିଧି ତପନ ମାଝୀ, ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ସରୋଜ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଂଚାୟତ ଅଂଚଳରୁ ଶତାଧିକ କର୍ମୀ ଯୋଗଦେଇ ତୃଣମୂଳ ସ୍ତରରୁ ବିଜେଡିକୁ ସଂଗଠିତ କରି ଏଥର ନିର୍ବାଚନରେ ବିଜୟ ଲାଭ କରିବାକୁ ସଂକଳ୍ପ ନେଇଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

ନାମାଙ୍କନ ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ  

masiha

ଜୁନାଗଡ଼ ଓ ଲାଞ୍ଜିଗଡ଼ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପାର୍ଟି 

masiha

Leave a Comment

error: Content is protected !!