ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ…..

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ…..

ରାଉରକେଲା: ରାଉରକେଲା ର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ସାଢ଼େ ୬ଟାରେ ପାଠାଗାର ପରିସର ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଓଡ଼ିଶାର ସୁନାମଧନ୍ୟ କବି ଶ୍ରୀଦେବ ଙ୍କୁ ଚଳିତ ବର୍ଷ ବିଷୁବ ସମ୍ମାନ ୨୦୨୪ରେ ସମ୍ମାନିତ କରାଯିବ। ସେହିପରି ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଏକ ମନୋଜ୍ଞ କବିତା ପାଠୋତ୍ସବ ସହ ପଣା ସେବନର ଆୟୋଜନ କରାଯାଇଛି। ତେଣୁ ଏହି କାର୍ଯ୍ୟକ୍ରମରେ ସହରବାସୀଙ୍କୁ ଯୋଗ ଦେବା ପାଇଁ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତିି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

masiha

ଡାବୁଗାଁରେ ହିନ୍ଦୁ ନବ ବର୍ଷ ପାଳନ 

masiha

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

Leave a Comment

error: Content is protected !!