ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ସ୍ଥିତି ତଦାରଖ କଲେ ଅଧିକାରୀ

ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ସ୍ଥିତି ତଦାରଖ କଲେ ଅଧିକାରୀ

ତେନ୍ତୁଳିଖୁଣ୍ଟି ୧୨/୦୪/୨୪ // ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ତେନ୍ତୁଳିଖୁଣ୍ଟି ବ୍ଲକ 81 ବୁଥ ମଧ୍ୟରୁ ଦୁଇଟି ବୁଥ ବିଚ୍ଛିନ୍ନାଞ୍ଚଳ ପାଞ୍ଚ ଗ୍ରାମ ପାଇଁ ଚଳିତ ନିର୍ବାଚନ ରେ କରାଯାଇଛି। 268 ନମ୍ବର ବୁଥ ଟାଙ୍ଗନୀକୋଟ ରେ ବାଗ୍ରା ଝଲା ଗୁଡା ଓ ଉକ୍ତ ଗ୍ରାମ ର 153 ଭୋଟର ଭୋଟ ଦେବେ ଏବଂ 269 ନମ୍ବର ବୁଥ ଗୁରୁମାୟୀ ଗୁଡା ରେ ତଲଙ୍ଗ ଓ ଗୁରୁ ମାଇ ଗୁଡା ର 273 ଭୋଟର ଭୋଟ ଦେବେ ।ଦୁଇଟି ବୁଥ କୁ ପୋଲିଂ ଅଫିସର ସମେତ ସମସ୍ତ କର୍ମଚାରୀ ଙ୍କୁ ନେବା ଆଣିବା ବ୍ୟବସ୍ଥା ଓ ରହିବା ବ୍ୟବସ୍ଥା କିପରି କରାଯିବ ତାର ସମୀକ୍ଷା ଏ ଡି ଏମ ଓ ନବୀନ ନାୟକ ,ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଉପ ଜିଲ୍ଲପାଳ ପ୍ରକାଶ ଚନ୍ଦ୍ର ମିଶ୍ର ଓ ବିଡ଼ିଓ ମନୋଜ ପାଣିଗ୍ରାହୀ ଗ୍ରାଉଣ୍ଡ ଜିରୋ କୁ ଯାଇ କରିଛନ୍ତି। ପୋଲିଂ ଡ୍ୟୁଟି ରେ ଆସିବା ଅଧିକାରୀ ଓ କର୍ମଚାରୀ ଙ୍କ ପାଇଁ ରହିବା ଯାତାୟତ ଖାଦ୍ୟ ପାନୀୟ ସୁବିଧା କରାଯିଵା ସହ ଭୋଟର ଙ୍କ ପାଇଁ ମଧ୍ୟ ଯାତାୟାତ ସୁବିଧା ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଆଯାଇଛି। ଏହି ଅବସର ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ବେହେରା ସହକାରୀ ଯନ୍ତ୍ରୀ ନରେନ୍ଦ୍ର ସେକ୍ଟର ଅଫିସର ଶୁଭେନ୍ଦୁ ଓ ରୁଦ୍ର ନାରାୟଣ ଦାସ ସମେତ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାଚନରେ ବିଚ୍ଛନ୍ନାଳବାସୀଙ୍କ ପାଇଁ ସ୍ଵତନ୍ତ୍ର ବୁଥ ହୋଇଥିଲା ସାଧାରଣ ନିର୍ବାଚନ ରେ ପ୍ରଥମ ଥର ପାଇଁ ହେଉଛି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଆରମ୍ଭ

masiha

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା  ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବିପର୍ଯ୍ୟସ୍ତ: ବିଜେଡି

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୯ତମ ତିରୋଧାନ ଦିବସ ରାଜ୍ୟବ୍ୟାପି ପାଳିତ ହେବ: ବିଜେଡି

Sunil Chandra Nayak

Leave a Comment

error: Content is protected !!