ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ରୁ ପଡି ଯୁବକ ମୃତ, ଆଜି ପୋଲିସର ତଦନ୍ତ ଜାରୀ 

ବାଇକ ରୁ ପଡି ଯୁବକ ମୃତ, ଆଜି ପୋଲିସର ତଦନ୍ତ ଜାରୀ 

ବସ୍ତା,12/04 : ବସ୍ତା ଥାନା ବଡଖୁଡି ଗ୍ରାମର ଜହର କୁମାର ବେହେରା ଆଜି ବିଳମ୍ବିତ ରାତି ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବାଇକରୁ ପଡି ମୃତ୍ଯୁ ଘଟିଛି ।ସୂଚନା ଅନୁଯାୟୀ ତେବେ ଜାତୀୟ ରାଜପଥ କଟିପୋଲ ଛକ ରୁ ବାଇକ ଯୋଗେ ଘରକୁ ଫେରୁଥିଲେ ।ନିଜ ଗାଁ ରାସ୍ତାରେ ଯାଉଥିବା ବେଳେ ହଠାତ ଗାଡି ସାମନାକୁ ଜଣେ ଯୁବକ ଆସିଯାଇଥିଲେ ତାଙ୍କୁ ସୁରକ୍ଷିତ ରଖିବା ପାଇଁ ବାଇକରେ ବ୍ରେକମାରିଥିଲେ l ଫଳରେ ଘଟଣା ସ୍ଥଳରେ ଜହର ଗାଡିରୁ ଛିଟିକିପଡି ଥିଲେ |ପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାରକରି ବସ୍ତା ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇ ଯାଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ଖବର ପାଇ ଶୁକ୍ରବାର ସକାଳ ସମୟରେ ବସ୍ତା ପୁଲିସ ପହଂଚି ଏକ ଅପମୃତ୍ଯୁ ମାମଲା ରୁଜୁକରିବା ସହିତ ଶବ ବ୍ଯବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କୋଲନରାରେ ‘ଚଇତି’_୨୦୨୪ ଉପଲକ୍ଷେ କବି ସମ୍ମିଳନୀ

masiha

କଳାହାଣ୍ଡି ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରେରଣ

ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଁ ମାନଙ୍କରେ ବସୁଧା ଯୋଜନା ବାଟବଣା

masiha

Leave a Comment

error: Content is protected !!