ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

 ଢେ଼ଙ୍କାନାଳ(ମସୀହା)ଶ୍ରୀ ଶ୍ରୀ ସତ୍ୟ ନାରାୟଣଙ୍କ ଆପରକରୁଣା ରୁ ଜିଲ୍ଲା ପାଲା ଗାୟକ ସଂଘ ର ୪୨ତମ ବାର୍ଷିକ ସମ୍ମିଳନୀ ଢେ଼ଙ୍କାନାଳ ସଦର ବ୍ଲକ ତରଭା ପାଟଣାସାହି ସ୍ଥିତ ସତ୍ୟ ନାରାୟଣ ପାଲା ମଣ୍ଡପ ଠାରେ ଚଳିତ ଅପ୍ରେଲ ୨୩ ତାରିଖ ଠାରୁ ୨୭ ତାରିଖ ଯାଏଁ ବଳିଷ୍ଠ ଓ ବିଶିଷ୍ଟ ଗାୟକ, ଗାୟିକା ମାନଂକ ଦ୍ବାରା ସମ୍ମିଳନୀ ଓ ପାଲା ପରିବେଷଣ ହେବ l ତରଭା ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ଆୟୋଜିତ ଏହି ସମ୍ମିଳନୀ ୨୩ ତାରିଖ ମଙ୍ଗଳବାର ଦିନ ଉଦ୍ଘାଟନ ହେବ l ଦୀର୍ଦ୍ଧ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ପ୍ରତ୍ୟହ ଦିନ ଏଗାର ଘଟିକା ଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ପାଠଶାଳା, ଓ ଆଲୋଚନା ଚକ୍ର ଏବଂ ଦିନ ୩.୩୦ ରୁ ପାଞ୍ଚଟା ଯାଏଁ ସମୀକ୍ଷା ଓ ବିଶ୍ଲେଷଣ କାର୍ଯକ୍ରମ ରହିଛି l ପ୍ରତିଦିନ ସନ୍ଧ୍ୟା ଆଠ ଘଟିକା ଠାରୁ ଜିଲ୍ଲା ର ବହୁ ନାମୀ ଦାମୀ ଗାୟକ ଗାୟିକା ମଞ୍ଚରେ ପାଲା ପରିବେଷଣ କରିବେ l ଏହି ସାଂସ୍କୃତିକ ଓ ପାରମ୍ପରିକ ସମ୍ମିଳନୀ ରେ ପାଲା ସଂସ୍କୃତି ପ୍ରେମୀ ମାନେ ଯୋଗ ଦେବାକୁ ସଭାପତି ସୁରେନ୍ଦ୍ର ମିଶ୍ର, ସମ୍ପାଦକ ଦୁର୍ଗାଚରଣ ମହାପାତ୍ରଓ ଆବାହକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ବେହେରା ଅନୁରୋଧ କରିବା ସହ କାର୍ଯକ୍ରମ ର ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଶୁଣିଲାଣି ପ୍ରଶାସନ, ନିଜ ପରିଶ୍ରମ ରେ ଚାଷ ଜମି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଚାଷି ଓ ଗ୍ରାମବାସୀ

Sunil Chandra Nayak

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

masiha

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

Leave a Comment

error: Content is protected !!