ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

କୋକସରା,୧୨/୪ // ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୧ତମ ବାର୍ଷିକ ଉତ୍ସବ ଚଳିତବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ କନ୍ଦାଗଡ ଖେଳ ପଡିଆ ଠାରେ ଅପ୍ରେଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ବାର୍ଷିକ ଉତ୍ସବ ତଥା ନବକୁଣ୍ଡୀୟ ବିଶ୍ଵଶାନ୍ତି ମହାବିଷ୍ଣୁ ଯଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଯାଇଛି। ଏହି ମହାବିଷ୍ଣୁ ଯଜ୍ଞରେ ପୂଜନ, ହବନ, ମୁଣ୍ଡନ, କୁଣ୍ଡାବରୀ, ବ୍ରତ, ବିବାହ, ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର, ସଂସ୍କାର କାର୍ଯ୍ୟକ୍ରମ, ପ୍ରବଚନ, ଆନନ୍ଦ ବଜାର ଅନୁଷ୍ଠିତ ହୋଇଥିଲା। କାଳୀକୃଷ୍ଣ ସଂଘ ପ୍ରମୁଖ ଶ୍ରୀଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯଜ୍ଞ ଆରମ୍ଭ ହୋଇ ସମାପନ ହୋଇଥିଲା। ପୂଜନ ହବନ କାର୍ଯ୍ୟକ୍ରମକୁ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ, ପ୍ରଜାପତି, ପୁସ୍ତକାଚାର୍ଯ୍ୟ ସହ ଆଚାର୍ଯ୍ୟମାନେ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟସଂଘ କାର୍ଯ୍ୟକର୍ତ୍ତା ସଂଜୟ ପଣ୍ଡା, କ୍ରିୟାନନ୍ଦ, ପ୍ରିୟାନନ୍ଦ, ମାଧବାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ ଓ ସ୍ଥାନୀୟ ଜିତେନ୍ଦ୍ର ପଣ୍ଡା, ଗଣେଶ ଅଗସ୍ତି, ଅଭିନ୍ନ ମାଝୀ ଏବଂ କନ୍ଦାଗଡ ଗ୍ରାମବାସୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

masiha

Leave a Comment

error: Content is protected !!