ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୂଆଁବିହିନ ଚୁଲା ସମ୍ଫର୍କରେ ସଚେତନତା 

ଧୂଆଁବିହିନ ଚୁଲା ସମ୍ଫର୍କରେ ସଚେତନତା 

ବନ୍ଧୁଗାଁ ତା, ୫/୧୨/୨୪, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ନିଲାବାଡ଼ି ଅଗ୍ନି ଗଙ୍ଗାମା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ଧୂଆଁ ବିହିନ ଚୁଲା ଉପରେ ଏଗ୍ରୋଫରେଷ୍ଟ୍ରି କମ୍ଫାନୀ ପକ୍ଷରୁ ବ୍ଲକ ସ୍ତରୀୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧୂଆଁ ବିହିନ ଚୁଲା ବ୍ୟବହାର କରି ଜଙ୍ଗଲ ଓ ପରିବେଶର ସୁରକ୍ଷା କରିବା ବିଷୟ ଓ ଅଞ୍ଚଳ ବାସିଙ୍କ ଉତ୍ସାହିତ କରିଥିଲେ I ସ୍ତାନୀୟ ବଣ ବିଭାଗ ଅଧିକାରୀ  ଶ୍ରୀ ଅଭୟ ବେପାରା ଜଙ୍ଗଲ ସୁରକ୍ଷା ପାଇଁ ଆଦିବାସୀ ଙ୍କୁ ଏହି ସୁନ୍ଦର କାର୍ଯ୍ୟକ୍ରମରେ ସହଯୋଗର ହାତ ବଡାଇବାକୁ ଅନୁରଧ କରିବା ସହ ଜଙ୍ଗଲ ବିଭାଗ ତରଫରୁ ଆବସ୍ୟକିୟ କରିବା ନିମନ୍ତେ ପ୍ରତିସୃତି ଦେଇଥିଲେ I ଶ୍ରୀ ବେପାର ଉପସ୍ଥିତ ରହି ଧୂଆଁବିହିନ ଚୁଲା ବିଷୟରେ ଉପସ୍ଥିତ ମହିଳା ଓ ଲୋକଙ୍କୁ ଅନେକ ଉପଦେଶ ଦେଇଥିଲେ I ଏବଂ କ୍ରୋପଜନ ଅନୁଷ୍ଟାନର ସିଓଓ ଶ୍ରୀ ଦିବ୍ୟଜ୍ୟୋତି ସରକାର ଚୁଲାର ସମ୍ଭାବ୍ୟ ଉପଭୋକ୍ତ ଏବଂ ବିତରଣ ପ୍ରକ୍ରିୟା, ବ୍ୟବହାର ଶୈଳୀ ସମ୍ଫର୍କରେ ଉପସ୍ଥିତ ରହିଥିବା ଲୋକଙ୍କୁ ଅବଗତ କରିଥିଲେ I ଏହି ଚୁଲା ଦ୍ୱାରା ପ୍ରଦୃଶ୍ରଣ କମିବା ଏହାର ବ୍ୟଭହାରି କରିବାର ମୂଳ ଉପଲକ୍ଷ ଅଟେ I ନିଲାବାଡ଼ି ପଞ୍ଚାୟତର ସମିତି ସଭ୍ୟ ପେଣ୍ଟା ପ୍ରଦୀପ କୁମାର କ୍ରପଜନ ଅନୁଷ୍ଟାନ ରସି ଓ ଦିବ୍ୟଜ୍ୟୋତି ସରକାର ଧୂମହୀନ ଚୁଲାର ସମ୍ଭାବ୍ୟ ଉପଭକ୍ତା ଏବଂ ବିତ୍ତରଣ ପ୍ରକ୍ରିୟା ବ୍ୟବହାରଶୈଳୀ ସମ୍ଫର୍କରେ ଜଣାଇଥିଲେ I ବନ୍ଧୁଗାଁ ବ୍ଲକର ଅଧିକାଂଶ ଭଦ୍ରବ୍ୟକ୍ତି ମାନେ ଏହି ଧୂଆଁ ବିହିନ ଚୁଲାକୁ ବିତରଣ ଜୋତା ଶୀଘ୍ର ବିତରଣ ନିମନ୍ତେ ଜଣାଇଥିଲେ I ସରପଞ୍ଚ ଜାଗାନା ୱାଟେକା, ଉପସ୍ଥିତ ରହିଥିଲେ I ଏହାର ଆୟୋଜକ ହେଲେ ବନ୍ଧୁଗାଁ ବ୍ଲକର କ୍ରୋପଜନ ଆଗ୍ର ଫରେଷ୍ଟ୍ରି ର ଦାୟୀତ୍ୱରେ ରହିଥିବା କାର୍ଯ୍ୟକାରୀ କର୍ଡିନେଟର ଜି. ସାଗର କୁମାର ଙ୍କ ଆୟୋଜନରେ ଏହା ହୋଇ ପାରିଥିଲା I ଏଥିରେ ନିଲାବାଡ଼ି ପଞ୍ଚାୟତର ପିଓ ପ୍ରବିଣ କୁମାର ସାହୁକାର ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଗଣ ଉପସ୍ଥିତ ଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ, ରିପୋର୍ଟର 

Related posts

ସାପ କାମୁଡାରେ ଯୁବତୀ ଆହତ

Sunil Chandra Nayak

ରାଇରଙ୍ଗପୁରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୀଦିଵସୀୟ ବାର୍ଷିକ କ୍ରୀଡା ଉତ୍ସଵ ଶୁଭ ଉଦ୍ଘାଟନ

Sunil Chandra Nayak

କୁମାର ଉତ୍ସବ ଆସନ୍ତା ୨୮ରେ….

masiha

Leave a Comment

error: Content is protected !!