ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

ତେନ୍ତୁଳିଖୁଣ୍ଟି ୧୪/୦୪/୨୪ //  ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ର ପୁଜାରୀଗୁଡା, କବାଗୁଡା, କୁକୁଡ଼ାବାଇ, ବିଜ୍ରାଗୁଡା ବିଭିନ୍ନ ଗ୍ରାମରେ କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ ଭୁଜବଳ ମାଝୀ ଓ ବିଧାୟକ ପ୍ରାର୍ଥୀ ଦିଲୀପ ପ୍ରଧାନୀ ମିଳିତ ପ୍ରଚାର କରିଛନ୍ତି ।ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। ଏହି ଅବସରରେ କର୍ମୀ ସମ୍ମିଳନୀ ହୋଇଥିଲା ଓ ଅନ୍ୟ ଦଳର ବହୁ କର୍ମୀ ଦଳରେ ମିଶିଥିଲେ। ମିଶ୍ରଣ ପର୍ବରେ ନବୀନ ବାଗ,ଅଭି ସନ୍ତା,କମଲୁ ବାଗ ,ବଳରାମ ବାଗ,ଅର୍ଜୁନ ଭତ୍ରା, ରାଜୀବ ପାଢ଼ୀ,ଚିଦୁ ବାଗ , ମୋହନ ଜାନୀ ଭୀଷ୍ମ ବିଶୋଇ , ମାଧବ ଜାନୀ ଦାସ ଜାନୀ ପ୍ରମୁଖ ଯୋଗଦେବା ଅବସରରେକଂଗ୍ରେସ ଦଳର ଦଶ ଗ୍ୟାରେଣ୍ଟି ଓ ନିର୍ମଳ ଭାବମୂର୍ତ୍ତି ର ଏମ ପି ଓ ଏମ ଏଲ୍ ଏ ପ୍ରାର୍ଥୀ ଙ୍କ ଦ୍ଵାରା ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଦବାଇ ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ଗ୍ରାମରେ କର୍ମୀ ସମ୍ମଳନୀ ପଞ୍ଚାୟତ କଂଗ୍ରେସ ସଭାପତି ଡ଼ା ଲବନ୍ଧୁ ମାଝୀ, ଙ୍କ ସଭାପତି ତ୍ୱ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନବରଙ୍ଗପୁର ବିଧାନସଭା ମଣ୍ଡଲୀ ର କଂଗ୍ରେସ୍ ଦଳର ଦସ ଗ୍ୟାରେଣ୍ଟି ଓ ବିଧାୟକ ପ୍ରାର୍ଥୀ ଙ୍କ ସମର୍ଥନ ରେ ଭାଜପା ଓ ବିଜେଡି ର ଶତାଧିକ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା ସଭିଙ୍କୁ ଦଳୀୟ ଉତ୍ତରୀୟ ଦେଇ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ସ୍ବାଗତ କରିଥିଲେ। ଦଳିତ ଓ ଆଦିବାସୀ ତଥା ପଛୁଆ ବର୍ଗ ଙ୍କ ପାଇ କୌଣସି ଦଳ ଙ୍କ ଇସ୍ତାହାର କି ଏଜେଣ୍ଡା ନାହିଁ କେବଳ କଂଗ୍ରେସ ଦଳ ସମସ୍ତ ଙ୍କ କଥା ଚିନ୍ତା କରି ଇସ୍ତାହାର ରେ ରଖୁଛି ବୋଲି ନୂତନ ଏସ ସି ସେଲ ସଭାପତି କର୍କରା କହିଥିଲେ।ଏହି ବୈଠକ ରେ ଦଳ ର ଦଶ ଗ୍ୟାରେଣ୍ଟି କୁ ପ୍ରତି ଭୋଟର ପାଖ ରେ ପହଞ୍ଚାଇ ଦଳ ପାଇଁ ଭୋଟ ମାଗିବାକୁ ଶପଥ ନେଇଥିଲେ କର୍ମକର୍ତ୍ତା। ନବରଂଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରୁ ଯିବା ପରଠାରୁ ଅବହେଳିତ ହୋଇଛି ଓ ସ୍ଥାନୀୟ ଯୁବକ ଯୁବତୀ ନିଯୁକ୍ତି ରୁ ବଞ୍ଚିତ ହୋଇଛନ୍ତି। ସଭିଏଁ ଏକତ୍ରିତ ଭାବେ ପୂର୍ବତନ ବିଧାୟକ ହବିବୁଲ୍ଲା ଓ ଖଗପତି ବାବୁ ଙ୍କୁ ଯେଭଳି ସମର୍ଥନ କରି j ତେନ୍ତୁଳିଖୁଣ୍ଟି ବ୍ଲକ ଜିତାଉଥିଲା ସେଭଳି ଚଳିତ ନିର୍ବାଚନ ରେ ଜିତାଇ କଂଗ୍ରେସ କୁ ପୁନଃ କ୍ଷମତା କୁ ଆଣି ପୂର୍ବ ଗୌରବ ଆଣିବାକୁ ଆହ୍ବାନ ଉଭୟ ଏମ ପି ପ୍ରାର୍ଥୀ ଭୂଜବ ଳ ମାଝୀ ଓ ବିଧାୟକ ପ୍ରାର୍ଥୀ ଦିଲୀପ ପ୍ରଧାନୀ ଆହ୍ବାନ ଦେଇଥିଲେ। ରେଳ ,କଳ ଜଳ ସ୍ବପ୍ନ ଦେଖାଇ 24 ବର୍ଷ ବିତି ଯାଇଛି ଏଣୁ ନୂତନ ଓଡ଼ିଶା ଓ ସମୃଦ୍ଧ ନବରଙ୍ଗପୁର ପାଇଁ କଂଗ୍ରେସ କୁ କ୍ଷମତା କୁ ଆଣିବାକୁ ଭୀମସେନ ପାଣିଗ୍ରାହୀ ଆହ୍ବାନ ଦେଇଥିଲେ। ଅନ୍ୟମନଙ୍କ ମଧ୍ୟରେ ଭୀମସେନ ପାଣିଗ୍ରାହୀ କିଶୋର ସିଂ , ନିର୍ମଳ କାନ୍ଦ ପା ନ , ଜଗବନ୍ଧୁ ଜାନୀ , ଜିତେନ୍ଦ୍ର ହରିଜନ ପ୍ରମୁଖ ଶତାଧିକ ନେତୃସ୍ଥାନୀୟ ବ୍ୟକ୍ତି ଓ କର୍ମୀ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଜୁନ ୨ ତାରିଖରୁ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ସମ୍ବିଧାନ ବଞ୍ଚାଅ ନେଇ କଂଗ୍ରେସ ଦଳର ସାମ୍ବାଦିକ ସମ୍ମିଳନୀ

masiha

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!