ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

ଢେଙ୍କାନାଳ(ମ ସୀ ହା) ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଆ ନବବର୍ଷ ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଯୋରନ୍ଦାଠାରେ ମହିଳା ପରିଷଦର ସଦସ୍ୟା ମାନଙ୍କ ଗହଣରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । 

ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଓଡ଼ିଆ ଜାତୀୟତାର ବାର୍ତ୍ତାବହ ଏହି ନବବର୍ଷ ସମସ୍ତ ଓଡ଼ିଆଙ୍କ ପାଇଁ ଗୌରବର ଏକ ଦିନ ବୋଲି ଉପସ୍ଥିତ ଅତିଥିମାନେ ବ୍ୟକ୍ତ କରିଛନ୍ତି।

ଯୋରନ୍ଦା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଆରତୀ ନାୟକ, ଶିକ୍ଷୟିତ୍ରୀ ତଥା କବୟିତ୍ରୀ ରୀନା ସେଠୀ, ସମାଜସେବୀ ପ୍ରକାଶ ନାୟକ, ସମାଜସେବୀ ଚପଳା ବେହେରା, ସମାଜସେବୀ ପ୍ରତାପ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। 

ବିଶ୍ବ ଓଡ଼ିଶାର ମୁଖ୍ୟ ସଂଯୋଜିକା ରଶ୍ମିତା ରାଉତଙ୍କ ସଂଯୋଜନାରେ ବିଶ୍ବ ଓଡ଼ିଶା ମହିଳା ପରିଷଦର ସଦସ୍ୟା ମମତା ଦେବ ନାୟକ, ପ୍ରେମଲତା ନାୟକ, ସୁଚିତ୍ରା ସାହୁ, ଝିଲି ପରିଡ଼ା, ରଶ୍ମିତା ସାମଲ, ଦୀପ୍ତିମୟୀ ପରିଡ଼ା, ସୁଲୋଚନା ସାହୁ ଏବଂ ଅନ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ପଣା ବିତରଣ କରିଥିଲେ। 

ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ସୁରକ୍ଷା ଦିଗରେ ବିଶ୍ଵବ୍ୟାପୀ କାର୍ଯ୍ୟ କରୁଥିବା ଓଡ଼ିଆ ପ୍ରାଣ ମାନଙ୍କୁ ମହିମାଧର୍ମର ଆଦି ପୀଠରୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଦେଓମାଳି ପାଇଁ ଆଗେଇ ଆସିଲା ଜିଲ୍ଲା ପ୍ରଶାସନ, ଦେଓମାଳି ସୁରକ୍ଷା ଓ ସ୍ୱେଚ୍ଛତା କୁ ଦେଲେ ଗୁରୁତ୍ୱ

masiha

କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 

masiha

ପିଆରଏମ ମେଡ଼ିକାଲକଲେଜରେ ବିଭିନ୍ନ କର୍ମଚାରୀ ଏବଂ ଛାତ୍ର ସଂଘ ତରଫରୁ ୧୦୨ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!