ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

ଅଞ୍ଚଳରେ ଏକମାତ୍ର ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ଚଳଚଞ୍ଚଳ ସହର….

 ସାର୍ବଜନୀନ ଦୁର୍ଗା ପୂଜା କମିଟି,ଶକ୍ତିମଣ୍ଡପ ଧର୍ମଗଡରେ ୧୪ ତାରିଖ ଠାରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗା ପୂଜା ୧୧ମ ବର୍ଷ ପାଇଁ ଶକ୍ତିମଣ୍ଡପ ଠାରେ ଆରମ୍ଭ ହୋଇଛି।ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟା ୭ଘଣ୍ଟା ସମୟରେ ସାନ୍ଧ୍ୟ ଆଳତି ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଦିବା ୧ଘଣ୍ଟା ସମୟରେ ସର୍ବସାଧାରଣ ଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ରହିଛି। ତିନିରାତ୍ର ବ୍ୟାପୀ ୮ଘଣ୍ଟା ସମୟରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ, ଅଞ୍ଚଳରେ ଏକମାତ୍ର ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ଯୋଗୁଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।ସ୍ଥାନୀୟ ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଧର୍ମଗଡ଼ ଶକ୍ତି ମଣ୍ଡପରେ ମାଁ ଦୁର୍ଗାଙ୍କ ଚୈତ୍ର ନବ ରାତ୍ର ପୂଜା ଆଜି ଠାରୁ ଚାଲିବ। ପାଞ୍ଚ ଦିନିଆ ଏହି ବାସନ୍ତୀକ ଦୁର୍ଗା ପୂଜାରେ ଗତ କାଲି ଷଷ୍ଠି ତିଥିରେ ବିଲ୍ଵବରଣ, ଆଜି ସପ୍ତମୀରେ ମୁଖ ଦର୍ଶନ ସହ ପୂଜାରମ୍ଭ ହୋଇଥିଲା।ଅଷ୍ଟମୀରେ ସନ୍ଧି ପୂଜା ଏବଂ ପ୍ରତ୍ୟହ ଚଣ୍ଡୀ ପାଠ ସହ ହୋମ କରାଯିବ।

ଦଶମୀରେ ପୂର୍ଣ୍ଣାହୁତି ପରେ ବିସର୍ଜନ କରାଯିବ ବୋଲି ଆୟୋଜକ କମିଟିର ସଭାପତି ଭବାନୀ ଚରଣ ଦାସ ପ୍ରକାଶ କରିଛନ୍ତି। ମୁଖ୍ୟ ପୂଜକ ଦାଶରଥି ଖାଡ଼ଙ୍ଗା ଓ ସହଯୋଗୀ ପୂଜକ ଭାବେ ଜଗଦାନନ୍ଦ ଖାଡ଼ଙ୍ଗା ପୂଜା ଦାୟିତ୍ବ ତୁଲାଉଛନ୍ତି ।କର୍ତ୍ତା ଭାବେ ଆଇନଜୀବୀ କୃପାସିନ୍ଧୁ ପଣ୍ଡା ସସ୍ତ୍ରୀକ ଦାୟିତ୍ଵ ନେଇଥିବା ବେଳେ ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଅଶୋକ କୁମାର ମହାନ୍ତି ସନ୍ତୋଷ କୁମାର ମେହେର, ସୁମନ୍ତ ପଣ୍ଡା, ଲିଙ୍ଗରାଜ ବେହେରା, ବସନ୍ତ ଠାକୁର ପ୍ରମୁଖ ସହଯୋଗ କରୁଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦାଦନଙ୍କୁ ନିର୍ଯ୍ୟାତନା ! ବେଙ୍ଗାଳୁରୁ ରୁ ୧୧୦୦ କିମି ଚାଲି ଚାଲି ଘରକୁ ଫେରିଲେ ତିନି ଦାଦନ ଶ୍ରମିକ, ପ୍ରଶାସନିକ ତଦନ୍ତ ଆରମ୍ଭ

Sunil Chandra Nayak

ଶ୍ରାଦ୍ଧ ଦିବସରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ

masiha

କୋକସରା ବ୍ଲକ ରାଜୀବ ନଗର ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!