ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଡ଼ ଆମ୍ବେଦର ଜୟନ୍ତୀ ପାଳନ – ଶିକ୍ଷିତ ହେବା ସଂଗଠିତ ହେବା ଲଢେଇ କରିବା ପାଇଁ ଆହ୍ୱାନ 

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଡ଼ ଆମ୍ବେଦର ଜୟନ୍ତୀ ପାଳନ – ଶିକ୍ଷିତ ହେବା ସଂଗଠିତ ହେବା ଲଢେଇ କରିବା ପାଇଁ ଆହ୍ୱାନ 

 ଆଧୁନିକ ଭାରତର ବିଶ୍ୱକର୍ମା ସମ୍ବିଧାନ ପ୍ରଣେତା ଡ଼ ଭୀମ ରାଓ ରାମଜୀ ଆମ୍ବେଦର ଙ୍କର ଉପଖଣ୍ଡ ସ୍ତରୀୟ 134 ତମ ଜନ୍ମ ଜୟନ୍ତୀ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ବଥର୍ଲା ପଞ୍ଚାୟତ ବଂଜାରୀ ଅଲେଖ ମହିମା ବାବା ମଠ ପାଖରେ ପାଳନ ହୋଇ ଯାଇଛି | ବାବା ସାହେବ ଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା | ପାଟଣାଗଡ଼ ବ୍ଲକ ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର କୁଅଁର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବ୍ଲକ ସମ୍ପାଦକ ସାରଥୀ ବାଗ,ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ର ଶେଖର ବରିହା, ବେଲପଡା ବ୍ଲକ ଉପସଭାପତି ଧନିରାମ ମିର୍ଦ୍ଧା,ବେଲପଡା ବ୍ଲକ ସମ୍ପାଦକ ପ୍ରୀତି ସିଂ ମଲ୍ଲିକ, ମିନିକେତନ ଧରୁଆ, ତ୍ରିଲୋଚନ ଛତ୍ରିଆ,ମନୋଜ କୁମାର ଲୁହା, ଗୌରୀ ଶଙ୍କର ବରିହା, ଦୁର୍ଯ୍ୟୋଧନ ବରିହା ବାବା ସାହେବଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷିତ ହେବା, ସଂଗଠିତ ହେବା, ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ | ବାବା ସାହେବଙ୍କର ଛାତ୍ର ଜୀବନରୁ ସମ୍ବିଧାନ ପ୍ରଣୟନ କରିବା ପର୍ଯ୍ୟନ୍ତ ଯେଉଁ ଭଳି ସଂଘର୍ଷ କରିଥିଲେ ଏବଂ ଭାରତ ବର୍ଷକୁ ଏକ ଉନ୍ନତ, ଶଶକ୍ତ, ଧର୍ମ ନିରପେକ୍ଷ, ବୈଭବଶାଳୀ ରାଷ୍ଟ୍ର ଭାବେ ଗଠନ କରିବାରେ ଯେଉଁ ଭଳି ଉଦ୍ୟମ ଜାରୀ ରଖିଥିଲେ ସେ ବିଷୟରେ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ | ତାଙ୍କ ପାଇଁ ଆଜି ବିଶେଷ ଭାବେ ଆଦିବାସୀ, ଦଳିତ, ଶୋଷିତ, ନିଷ୍ପେସିତ, ଚାଷୀ, ଗରିବ ଖଟିଖିଆ ମାନେ ବିଶେଷ ମାତ୍ରାରେ ଉପକୃତ ହୋଇ ପାରୁଛନ୍ତି | ସମ୍ବିଧାନ ପାଇଁ ଭାରତ ବର୍ଷରେ ମୁଣ୍ଡ ଟେକି ଚାଲିବା ସହ ସାହସ, ସମ୍ମାନ ଓ ଗର୍ବର ସହିତ ଚାଲି ହେଉଛି | ତାଙ୍କ ସଂଘର୍ଷ ଗାଥା, ନୀତି ଆଦର୍ଶ, ବଳିଦାନ ତ୍ୟାଗକୁ ସମସ୍ତେ ଅନୁକରଣ ଅନୁସରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା | ପ୍ରତ୍ୟେକ ପରିବାର ରେ ପୂରଣ ପୁସ୍ତକ ଭଳି ସମ୍ବିଧାନ ରଖି ସବୁବେଳେ ପଢିବା ଓ ଅନ୍ୟ ମାନଙ୍କୁ ପଢ଼େଇ ଏକ ସୁଦୃଢ ଶସକ୍ତ ସମାଜ ଗଠନ କରିବା ପାଇଁ ଐକ୍ୟ ବଦ୍ଧ ହେବା | ସମ୍ବିଧାନ ବିଷୟରେ ଆହୁରି ବିଶେଷ ଜ୍ଞାନ ଆହାରଣ କରିବା ପାଇଁ ସଚେତନ କରି ଶିବିର ମାନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା | ଆଗାମୀ ସାଧାରଣ ନିର୍ବାଚନ ରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଏକ ଲକ୍ଷରୁ ଉର୍ଦ୍ଧ୍ବ ଆଦିବାସୀ ଭୋଟର ଏକ ହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ମତ ସାବ୍ୟସ୍ତ କରିବା ଓ ଦୁର୍ନୀତି ଅନ୍ୟାୟ ଅତ୍ୟାଚାର ବିରୋଧରେ ଭୋଟ ମାଧ୍ୟମରେ ଜବାବ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା | ବିଗତ ଦିନରେ ଯେଉଁ ନେତା ମାନେ ଆଦିବାସୀ ପ୍ରତି ଅନ୍ୟାୟ ଅତ୍ୟାଚାର ଶୋଷଣ ଦମନ କରିଛନ୍ତି ତାଙ୍କୁ ଭୋଟ ମାଧ୍ୟମରେ ଉଚିତ ଜବାବ ଦିଆଯିବାକୁ ଆହ୍ୱାନ ଦିଆଯାଇଥିଲା | ସଂଘର ନୀତି ନିୟମକୁ ଯେଉଁ ଆଦିବାସୀ ମାନେ ଉଲଂଘନ କରିବେ ଜାତି ସମାଜରୁ ବାସନ୍ଦ କରି ତାର କୌଣସି ଅସୁବିଧା ସମୟରେ ଅସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି | ପରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଗତ ବର୍ଷରେ ହେଇଥିବା ସରକାରୀ ଯୋଜନା ବିଷୟରେ ଟିକିନିକି ଆଲୋକପାତ କରାଯାଇଥିଲା ରାଜନୈତିକ ଲୁଟେରା ମାନଙ୍କ ଠାରୁ ଦୁରେଇ ରହି ସତର୍କ ହୋଇ ସମର୍ଥନ କରିବାକୁ କୁହାଯାଇଛି | ନିର୍ବାଚନ ସମୟରେ ମଦ, ମାଂସ, ଟଙ୍କା ଲୋଭ ଲାଳସା ଠାରୁ ଦୁରେଇ ରହି ଯୋଗ୍ୟ ଓ ଦକ୍ଷତା ଥିବା ନେତା ଚୟନ କରିବା ପାଇଁ ଅନୁରୋଧ କରାଯାଇଛି | ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନାର ନିରନ୍ତର ପ୍ରକ୍ରିୟାକୁ ଛାଡିଦେଲେ ଆଖି ଦୃଶିଆ ଉନ୍ନତି ହୋଇ ନଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା | ଆଜିଯାଏଁ ଦାଦନ ସମସ୍ୟା, ବେକାରୀ ସମସ୍ୟା, ଚାଷୀ ସମସ୍ୟା, ଶିକ୍ଷା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା, ପାନୀୟ ଜଳ ସମସ୍ୟା ଯେତିକି ମାତ୍ରାରେ ହେବା କଥା ତାହା ହୋଇ ନାହିଁ ବୋଲି ସଭାରେ ମତପ୍ରକାଶ ପାଇଥିଲା | ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ କପା ଚାଷ ଉପରେ ନିର୍ଭର କରୁଥିବା ବେଳେ କପା ଟେକ୍ସ ଟାଇଲ ପାର୍କ କଟକ ଜିଲ୍ଲାର ଚୌଦ୍ୱାର ଠାରେ ସ୍ଥାପନ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ଏହି ଅଞ୍ଚଳକୁ ଅଣଦେଖା କୁ ବରଦାସ୍ତ କରାଯିବ ନାହିଁ ବୋଲି ନେତା ମାନେ କହିଥିଲେ | ଗତକାଲି ବିଧାୟକ ସରୋଜ ମେହେର ପାଖକୁ ଆଦିବାସୀ ବିଂଝାଲ ସମ୍ମାଜର କେତେ ଜଣ ନେତା ମାଧୋ ସିଂ ବରିହାଙ୍କ ସହିଦ ସ୍ତମ୍ଭ ନିର୍ମାଣ ହେବାକୁ ଥିବା ଜାଗା ଚିହ୍ନଟ ପାଇଁ ଯାଇଥିଲେ କିନ୍ତୁ ବିଧାୟକ ଆଦିବାସୀ ନେତା ମାନଙ୍କୁ ଓ ସହିଦ ସଂଗ୍ରାମୀ ମାନଙ୍କ ଲେଖା ଯାଇଥିବା ନାଁ ଉପରେ ଲାଲ କଲମରେ ଗାର ଟାଣି ମୋତେ କ୍ରସ କରି ମୋର ପାଖକୁ ଆସିଛ କହି ଅସମ୍ମାନିତ କରିଥିଲେ, ବିଧାୟକଙ୍କ ଏଭଳି ମନ୍ତବ୍ୟକୁ ସଭାରେ କଡ଼ା ଭାଷାରେ ନିନ୍ଦା କରାଯାଇଥିଲା | ଆଜିର କାର୍ଯ୍ୟକ୍ରମକୁ ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ପରିଚାଳନା କରିଥିବା ବେଳେ ଚୂଡ଼ାମଣି ଧରୁଆ, ଚନ୍ଦ୍ରମଣି ବାଗ, ହୃଷିକେଶ ଭୋଇ, ମଦନ ମାଝୀ, ପିଣ୍ଟୁ ବୁଡ଼େକ, ତ୍ରିଲୋଚନ ଛତ୍ରିଆ, ଚୂଡ଼ା ଧରୁଆ, ଗୁଣନିଧି ବର୍ଗେ, ସନ୍ୟାସୀ ନାଏକ, ବିଭୀଷଣ ବରିହା, ସଂଜୀବ ମଲ୍ଲିକ, ସହଦେଵ ଧରୁଆ, ସାନ ଭୁଏ, ଜଳ ଧରୁଆ, ଟିକେଶ୍ୱର ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ |ପରେ ସମସ୍ତଙ୍କୁ ଧବଳେଶ୍ୱର ଭୋଇ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ |

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ଟେକ୍ କ୍ୟାର୍ନିଭାଲ ଓ ହକାଥନ ୨୦୨୫ର ଶୁଭାରମ୍ଭ

Sunil Chandra Nayak

ସାଇକେଲ ପ୍ରଦାନ କରି ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟେଇଲେ ସାମାଜିକ କର୍ମୀ

Sunil Chandra Nayak

ରାଜେନ୍ଦ୍ର ପଣ୍ଡାଙ୍କୁ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନ

Sunil Chandra Nayak

Leave a Comment

error: Content is protected !!