ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

ସାମାଜିକ ସମାନତା ହିଁ ଆମ୍ବେଦକରବାଦ,ନିଜ ସହ ଅନ୍ୟକୁ ମଧ୍ୟ ସମ୍ମାନର ସହ ବଞ୍ଚିବାକୁ ଦେବା ହିଁ ଆମ୍ବେଦକରବାଦ। ସମ୍ମାନ ପାଇବାକୁ ହେଲେ ଶିକ୍ଷିତ ହେବାକୁ ହେବ ଏବଂ ନିଜ ହକ ଅଧିକାର ପାଇଁ ସଂଗଠିତ ହେବା ଆବଶ୍ୟକ ରହିଛି ବୋଲି ଧର୍ମଗଡ ଠାରେ ଆୟୋଜିତ ଆମ୍ବେଦକର ଜୟନ୍ତୀ ଅବସରରେ ଯୋଗଦେଇଥିବା ଅତିଥିବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ।

ଅଲ ଓଡ଼ିଶା ସେଡୁଲକାଷ୍ଟ ଫେଡେରେସନ ଧର୍ମଗଡ ବ୍ଲକ ପକ୍ଷରୁ ଅମ୍ବେଦକର ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏକ ବିଶାଳ ଶୋଭଯାତ୍ରା ସହର ପରିକ୍ରମା କରି ଚାରିଛକ ଠାରେ ଥିବା ଡ଼ଃ ବାବାସାହେବ ଅମ୍ବେଦକର ପ୍ରତିମୂର୍ତ୍ତି ପାଖରେ ପହଞ୍ଚି ଥିଲା।ସେଠାରେ ପ୍ରଥମେ ପ୍ରତିମୂର୍ତ୍ତି ଉନ୍ମୋଚନ ସହିତ ମାଲ୍ୟାର୍ପଣ କରା ଯାଇଥିଲା।

ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟରେ ଫେଡେରେସନ ର ସଭାପତି ବିରଞ୍ଚି ନାରାୟଣ ଜାଲ ଅଧ୍ୟକ୍ଷତା କରିଥିଲେ ଓ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆମ୍ବେଦକର ବାଦୀ ଯୁଗେଶ୍ୱର ସାଗର ଉପସ୍ଥିତ ଥିଲେ।ଏହି ଅବସରରେ ଉଲ୍ଲେଖନୀୟ ସମାଜସେବା ପାଇଁ ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ସମେତ ବରିଷ୍ଠ ଓକିଲ ଚିନ୍ତା ମଣି ପାତ୍ର, ଯାଦବ ସମାଜ ର ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସତନାମି ସମାଜ କୁଳାଧିପତି କ୍ଷେତ୍ର ମୋହନ ସତନାମି ଙ୍କ ସମେତ ଫେଡେରେସନର ବରିଷ୍ଠ ଉପଦେଷ୍ଟା ଙ୍କୁ ମଧ୍ୟ ସମର୍ଦ୍ଧିତ କରା ଯାଇଥିଲା।ସଭା କାର୍ଯ୍ୟ କୁ ଚିତ୍ତ କୁମାର ସଂଯୋଜନା କରିଥିବା ବେଲେ ଉମେଶ ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବରଗଡ଼ କଳାଜିବୀ ଅନୁଷ୍ଠାନ ର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି ପରି ଧର୍ମଗଡ ବ୍ଲକ ର ଚିଲଚିଲା, ଖଇରପଦର ଗ୍ରାମରେ ମଧ୍ୟ ଅମ୍ବେଦକରଜୟନ୍ତୀ ଧୁମଧାମରେ ପାଳିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅବ୍ୟବସ୍ଥା ଘେରରେ ପାନୀୟ ଜଳ ଯୋଗାଣ

Sunil Chandra Nayak

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

masiha

ୟୁକୋ ବ୍ଯାଙ୍କ ଢେଙ୍କାନାଳ ତରଫରୁ ବ୍ଯାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳିତ 

masiha

Leave a Comment

error: Content is protected !!