ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

ମ.ରାମପୁର,୧୫/୦୪(ମସୀହା)-: ସିପିଆଇ(ଏମ୍) ତରଫରୁ ଗୌଡ କର୍ଲାଖୁଣ୍ଟା ଗ୍ରାମରେ ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ ହୋଇଯାଇଛି l ପ୍ରଥମେ ଆମ୍ବେଦକରଙ୍କ ଫଟୋରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଉପରେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ଚାଟାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଙ୍ଗାଧର ପ୍ରହରାଜ,ଆଇନଜୀବୀ ସତ୍ୟଜିତ୍ ଚାଟାର୍ଜୀ,ଅନିରୁଦ୍ଧ ଭୋଇ, ମଗସିର ଡୁଙ୍ଗୁରୀ,ମହେନ୍ଦ୍ର କହଁର, ଜମ୍ବବ ନାଏକ,ଗୌର ସେଠ୍ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ର ଛାତ୍ରୀ, ମହିଳା, ଯୁବକ, ଶ୍ରମିକ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ

masiha

ଇକୋରିଟ୍ରିଟରେ କୋଟିଏ ଟଙ୍କାର ସ୍କାମ୍, ପୁରୁଣା ରାସ୍ତା ଓ ବହ୍ଲାକୁ ନୂଆ ଦର୍ଶାଇ ଯନ୍ତ୍ରୀ ଠିକାଦାର ନେତା ମାଲେମାଲ

masiha

ସାମାନ୍ୟ ଝଡ଼ ପବନରେ ଷ୍ଟାଚ୍ୟୁ ଧରାଶାୟୀ – ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବି

Sunil Chandra Nayak

Leave a Comment

error: Content is protected !!