ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡ଼ା ରେ ମା ଠାକୁରାଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

ଚିଲିଗୁଡ଼ା ରେ ମା ଠାକୁରାଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

 ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମରେ ଆଜି ମା ଠାକୁରାଣୀଙ୍କ ଚୈତ୍ର ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି ।ଚୈତ୍ର ପର୍ବ ଦିନରେ ପ୍ରଥମେ ଗୋନ୍ତିଆଙ୍କ ଘରୁ ମା ଠାକୁରାଣୀଙ୍କ ଘଟ ବାହାରି ଗ୍ରାମର ଗଣା ଘରକୁ ଆସି ବା ଏ ନ ଦେଲା ପରେ ଘଟ ଯାତ୍ରା ଆରମ୍ଭ ହୋଇ ଥାଏ ।ଗ୍ରାମର ପ୍ରତେକ ଘରକୁ ମା ଠାକୁରାଣୀଙ୍କ ଘଟ ଯାଇ ନଗର ପରିକ୍ରମା କରିଥାନ୍ତି ।ଗ୍ରାମର ଲୋକମାନେ ମା ଠାକୁରାଣୀଙ୍କ ଘାଟରେ ପୂଜାର୍ଚ୍ଚନା କରି ନିଜର ମାନସିକ କରିଥାନ୍ତି ।ଏହି ନଗର ପରିକ୍ରମା ରେ ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥାନ୍ତି ।ନଗର ପରିକ୍ରମା ପରେ ସନ୍ଧ୍ୟାରେ ମା ଠାକୁରାଣୀଙ୍କ ଘଟ ଠାକୁରାଣୀଙ୍କ ପୀଠରେ ପହଞ୍ଚି ଥାଏ । ପରେ ପୀଠରେ ଗ୍ରାମର ପୁଝାରି ହିମାଞ୍ଚଳ ପୁଝାରି ଙ୍କ ନେତୃତ୍ୱରେ ସମସ୍ତ ପୂଜା ବିଧି ସମ୍ପାଦନ କରାଯାଇଥାଏ ।ଏହି ଚୈତ୍ର ପର୍ବ ଦିନରେ ମହୁଲ ,କାନ୍ଦୁଲ ,ଆମ୍ବ , ଚାହାର ,ନଡ଼ିଆ ଆଦି ପୂଜା କରାଯାଏ ।ପରେ ଗ୍ରାମର ଲୋକମାନେ ମାନସିକ ପୂରଣ ହୋଇଥିଲେ ପୀଠରେ ଗଡର। ,ବୋଦା ,କୁକୁଡ଼ା ଏବଂ ପାର। କୁ ବଳି ଦେଇ ମା ଆର୍ଶୀବାଦ ଲାଭ କରିଥାନ୍ତି ।ଚୈତ୍ର ପର୍ବ ଦିନରେ ଗ୍ରାମର ଗୋନ୍ତିଆ ,ପୁଝାରି ,ନରିଆ ତଥା ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଦାୟିତ୍ୱ ବହନ କରିଥାନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

 

Related posts

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ 

masiha

ଲାଲବାହାଦୁର ଶାସ୍ତ୍ରୀ ଙ୍କ 57 ତମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

କଳାହାଣ୍ଡି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ମୋହନଗିରି ଗସ୍ତ

masiha

Leave a Comment

error: Content is protected !!