ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମର୍ଦ୍ଦାରୋଡ଼ରେ ମା’ ବାସନ୍ତୀଙ୍କ ମହାଷ୍ଟମୀ ଓ ନବମୀ ପୂଜା ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

ଅମର୍ଦ୍ଦାରୋଡ଼ରେ ମା’ ବାସନ୍ତୀଙ୍କ ମହାଷ୍ଟମୀ ଓ ନବମୀ ପୂଜା ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

ବସ୍ତା ,୧୭।୪: ବସ୍ତା ବ୍ଲକ୍ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ ମା’ ବନଦୂର୍ଗା ବାସନ୍ତୀ ପୂଜା କମିଟି ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖର ପୂଜା ମଣ୍ଡପରେ ବାସନ୍ତୀ ପୂଜା ଅନୁଷ୍ଠିତ ହୋଇଯାଇଛି।ବିଧି ଅନୁସାରେ ସୋମବାର ମହାସପ୍ତମୀରେ ଘଟ ଉତ୍ତୋଳନ ସହ ପୂଜା ଆରମ୍ଭ ହୋଇଥିଲା। ମଙ୍ଗଳବାର ମା’ଙ୍କର ମହାଷ୍ଟମୀ ପୂଜା ସହିତ ସନ୍ଧିପୂଜା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ନବମୀ ପୂଜା ସମ୍ପାଦିତ ହୋଇଯାଇଛି।ଆଖାପାଖ ଅଞ୍ଚଳ ସମେତ ଦୂର ଦୂରାନ୍ତରରୁ ଅନେକ ଶ୍ରଦ୍ଧାଳୁ ଅଶୋକାଷ୍ଟମୀ ବ୍ରତ ପାଳନ ସହ ଭୋଗ ଡାଲା ନେଇ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।ପୂଜକ ତଥା କମିଟି ସଭାପତି ରବିନାରାୟଣ ଶତପଥୀ,ସୁରେଶ ଚନ୍ଦ୍ର ମିଶ୍ର,ଲକ୍ଷ୍ମୀନାରାୟଣ ଶତପଥୀଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୋମଯଜ୍ଞରେ ମଣ୍ଡପ ଆଖାପାଖ ଅଞ୍ଚଳରେ ବେଶ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥ‌ିଲା।ମହା ନବମୀରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ର ଓ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ନିଜର ସହଯୋଗୀଙ୍କ ସହ ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।ଉଦ୍ୟୋକ୍ତା ଭୂବନ ଚନ୍ଦ୍ର ରଣା, ସଂପାଦକ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, କୋଷାଧ୍ଯକ୍ଷ ଅଜିତ କୁମାର ବେହେରା,ଲକ୍ଷ୍ମୀଧର ଜେନା କମିଟି ସଦସ୍ୟ ଚନ୍ଦନ କୁମାର ସେଣ,ସରୋଜ କୁମାର ସାହୁ,ଭଗବାନ ସାହୁ,ଭବେଶ ଜେନା,ଅଜୁ ଜେନା,ଅଜୟ ପାତ୍ର,ଶ୍ରୀକାନ୍ତ ମହାନ୍ତ,ଦିଲ୍ଲୀପ କୁମାର ସାହୁ,ହୃଷୀକେଶ ସେଠୀ ପ୍ରମୁଖ ସଦସ୍ୟ ପୂଜା କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ।ସୁନ୍ଦର ତୋରଣ, ଆଲୋକମାଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହୁଛି। ସେହିପରି ଦେବୀଙ୍କ ଦିବ୍ୟ ପ୍ରତିମା ଦର୍ଶନ ପାଇଁ ଭକ୍ତଙ୍କ ଗହଳି ହେଉଥ‌ିଲେ ହେଁ ଶଂଙ୍ଖଳିତ ବାତାବରଣରେ ସବୁ କାର୍ଯ୍ୟ ସମ୍ପନ୍ନ ହେଉଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପାଣିରେ ବୁଡ଼ି ଯୁବକର ମୃତ୍ୟୁ

Sunil Chandra Nayak

ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି,ରାଇରଙ୍ଗପୁର ବ୍ଳକ ଶାଖା ତରଫରୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ‌ସମ୍ମୁଖରେ ୬ ଦଫା ଦାବିନେଇ ବିକ୍ଷୋଭ ଏବଂ ଦାବିପତ୍ର‌ ପ୍ରଦାନ

Sunil Chandra Nayak

ଗଛ ମୂଳରୁ ଝରୁଛି ଜଳ 

Sunil Chandra Nayak

Leave a Comment

error: Content is protected !!