ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ 

ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ 

ରାୟଗଡ/୨୧/୦୪- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ପାଳିତ ହୋଇ ଯାଇଛି । ଉପ-ଜିଲ୍ଲାପାଳ କଲ୍ୟାଣୀ ସଙ୍ଘମିତ୍ରା ଦେଵୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ ସ୍ୱର୍ଗତ ଶ୍ରୀ ତ୍ରିପାଠୀଙ୍କ ଫୋଟ ଚିତ୍ର ରେ ପୁଷ୍ପ ଓ ଧୁପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l 

ମୁଖ୍ୟ ଅତିଥି ସ୍ୱର୍ଗତ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଆଦର୍ଶକୁ ଅନୁପ୍ରାଣିତ ହୋଇ ଆଜିର ଯୁବପିଢ଼ିଙ୍କୁ ପ୍ରେରଣା ଭାବେ ଗ୍ରହଣ କରି ସମାଜ ସେବା ପାଇଁ ଆଗକୁ ଆସିବ ପାଇଁ ନିଜ ବକ୍ତ୍ୟବରେ ପ୍ରକାଶ କରିଥିଲେ| ସେହିପରି ରାୟଗଡ ସହରର ଜଣାଶୁଣା ଶିକ୍ଷlବିତ ପ୍ରେମପାହାଡ଼ ୱାକର୍ସ କ୍ଲବର ସଭାପତି ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ୧୯୧୦ ମସିହା ଆଜିର ଦିନ ରେ ଜନ୍ମ ଗ୍ରହଣ କରି ପିଲାଟି ଦିନ ରୁ ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ସ୍ୱର୍ଗତ ଶ୍ରୀ ତ୍ରିପାଠୀ ୧୯୬୫ ରୁ ୧୯୬୭ ମସିହା ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ରହିବା ସହ ୧୯୭୧ ମସିହା ଯାଏଁ ବିରୋଧୀ ନେତା ଭାବେ ରାଜନୀତିରେ ରହିଥିଲେ ବୋଲି କହିବା ସହ ସ୍ବର୍ଗତ ଡ଼ଃ ତ୍ରିପାଠୀଙ୍କ ତ୍ୟାଗପୂର୍ଣ ଜୀବନ ଓ ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ଏବଂ ନିଷ୍ଠାପର, ସାଧୁତା, ନିସ୍ୱାର୍ଥପରତା, ଶାନ୍ତ ସରଳ ଜୀବନଯାପନ ପାଇଁ ସ୍ବର୍ଗତ ଶ୍ରୀ ତ୍ରିପାଠୀ ଉଦାହରଣ ସୃଷ୍ଟି କରିଥିଲେ ବୋଲି କହିଥିଲେ | ସମ୍ମାନିତ ଅତିଥି ରୂପେ ରାୟଗଡ ସୂଚନା ଓ଼ ଲୋକସମ୍ପର୍କ ବିଭାଗର ଅବସର ପ୍ରାପ୍ତ ଯୁଗ୍ମ ନିର୍ଦେଶକ ଜଳନ୍ଧର ପୁଷିକା ସ୍ବର୍ଗତ ଶ୍ରୀ ତ୍ରିପାଠୀଙ୍କ ସଂଘର୍ଷ ଜୀବନ ଓ ସ୍ୱାଧୀନତା ସଂଗ୍ରାମୀ ଜୀବନ ଉପରେ ଉଦବୋଧନ ଦେଇଥିଲେ , ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମରେ ଲୟନ୍ସ କ୍ଳବ,ପ୍ରେମ ପାହାଡ଼ ଓ଼ ଜିସିଡ଼ି ୱାକର୍ସ କ୍ଲବର ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ |

     ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ କାର୍ଯ୍ୟାଳୟର ଗ୍ରନ୍ଥlଗlରିକ ଡମ୍ବରୁଧର ପଣ୍ଡା, ବରିଷ୍ଠ ରାଜସ୍ୱ ସହାୟକ ଭବାନୀ ଶବର, କ୍ଷିପ୍ର ଲେଖକ କୁମୁଦିନୀ ମିଶାଳ, ମନୀଷା ଚୌଧୁରୀ, ଶ୍ରକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା ପ୍ରମୁଖ କର୍ମଚାରୀ ମାନେ ଆୟୋଜନରେ ସହଯୋଗ କରିଥିଲେ |

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

Sunil Chandra Nayak

ବିହନ ବ୍ୟବସାୟ କେନ୍ଦ୍ର ନିରୀକ୍ଷଣ ଓ ଅଣ ସ୍ଵିକୃତୀ ପ୍ରାପ୍ତ ଧାନ ବିହନ କେନ୍ଦ୍ର ଯାଞ୍ଚ

masiha

आदर्श राजनीतिज्ञ दीपक कुमार चौधुरी

masiha

Leave a Comment

error: Content is protected !!