ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା: ୱାଇ.ଏମ.ଏଫ.ଆଇ ଏବଂ ଏସ.ପି.ସି.ବି ର ମିଳିତ ଆନୁକୂଲ୍ୟରେ ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିଯୋଗିତା ର ବିଷୟବସ୍ତୁ ‘ଜମି ପୁନଃରୁଧାର, ମରୁଭୁମି ଓ ମରୁଡି ସ୍ଥିରତା’ ରଖାଯାଇଥିଲା l ଗତ ୨୦୦୦ ମସିହା ପରଠାରୁ ବିଶ୍ୱରେ ମରୁଡି ପରିମାଣ ବୃଦ୍ଧି ପାଇ ଚାଲିଛି l ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହ ପାନୀୟ ଜଳ ସଙ୍କଟ ଦେଖାଦେଇଛି l ବେଳହୁଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଗଲେ ଆଗାମୀ ଦିନରେ ଅବସ୍ଥା ଉତ୍କଟ ହେବ l ଜଳବାୟୁ ଅନିୟମିତତା ବୃଦ୍ଧି ପାଇବ l ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ ପ୍ରଭୃତି ମାଧ୍ୟମରେ ପ୍ରକୃତି ତାର କରାଳ ରୂପ ପ୍ରକଟ କରିବ, ଯାହାକି ମନୁଷ୍ୟ ଓ ପ୍ରାଣୀ ପ୍ରତି ବିପଦ ସୃଷ୍ଟି କରିବ l ଏଣୁ ଏସମ୍ପର୍କରେ ପିଲାଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି ସହ ସଚେତନତା ଜାଗ୍ରତ ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା l

ଏସ.ପି.ସି.ବି ରାଉରକେଲା ର ଆଞ୍ଚଳିକ ଅଧିକାରୀ ତଥା ବରିଷ୍ଠ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ ର ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇ ନିଜ ଅନ୍ତର୍ନିହିତ କଳା ଓ ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ lଭାରତ ସରକାରଙ୍କ ମିଶନ ଲାଇଫ ଯୋଜନାରେ ନିଜ ନିଜ ଦୈନନ୍ଦିନ ଜୀବନରେ ପରିବେଶ ଆଧାରିତ ଜୀବନ ଶୈଳୀ ଆପଣାଇବା ଓ ପରିବେଶର ସୁରକ୍ଷା ପାଇଁ ଅନ୍ୟ ମାନଙ୍କୁ ପ୍ରବାର୍ତ୍ତାଇବାକୁ ଉପସ୍ଥିତ ଅତିଥି, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଶପଥ ପାଠ କରିଥିଲେ l ଏଥିରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ଓ ଆର ଆର ଦାସ ଙ୍କ ସମେତ ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି, ସହକାରୀ ପରିବେଶ ବିଜ୍ଞାନୀ ସୌମ୍ୟ ରଞ୍ଜନ ପ୍ରଧାନ ଓ ପ୍ରଜ୍ଞାଜ୍ୟୋତି ସେନାପତି, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଜଳଧର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶିକ୍ଷୟିତ୍ରୀ ସରିତା ନାୟକ, ପ୍ରମିଳା ରାଉତ, ପ୍ରତୀକ୍ଷା ମିତ୍ର, ସୁନିତା ମହନ୍ତ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା ପ୍ରମୁଖ ପ୍ରତିଯୋଗିତା ର ବିଚାରକ ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Warm Birthday Wishes to Ramsagar Barge on his 17th Birthday

Sunil Chandra Nayak

ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳାର ହାତଧୂଆ ସଚେତନତା କାର୍ଯ୍ୟକ୍ରମ

masiha

ବାପାଙ୍କ ମୃତ୍ୟୁ ଓ ମାଆଙ୍କ ଅନ୍ୟତ୍ର ବିବାହ ପରେ ଅସହାୟ ଦୁଇ ନାବାଳକ ସନ୍ତାନ

masiha

Leave a Comment

error: Content is protected !!