ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର

ବିଜେପି ରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ମନୋଜ ମେହେର

ଜୁନାଗଡ଼,୨୪/୪(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ମନୋଜ ମେହେର ଧର୍ମଗଡ଼ ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ମନୋଜ ମେହେର ଙ୍କ ନେତୃତ୍ବ ରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ଜୁନାଗଡ଼ ହନୁମାନ ମନ୍ଦିର ରୁ ବାହାରି ଲଙ୍କେଶ୍ୱରୀ ପୀଠ କୁ ଯାଇ ଆଶୀର୍ବାଦ ନେଇଥିଲେ | ମାଟିର ସନ୍ତାନକୁ ଭୋଟ ଦେଇ ଜିତାଇବାକୁ ଲୋକଙ୍କୁ ଅପିଲ କରିଥିଲେ।ଆଜି ଜୁନାଗଡ଼ ର ଆପଣମାନଙ୍କ ସେବକ ହୋଇ କାର୍ଯ୍ୟ କରିବା ଏବଂ ମୋଦି ସରକାରଙ୍କ ଗ୍ୟାରେଣ୍ଟି ସ୍କିମ ରେ ସାମିଲ ହୋଇ ନିଜ ଅଂଚଳର ବିକାଶ କରିବାକୁ ପ୍ରତିଶୃତି ବଦ୍ଧ ବୋଲି ପ୍ରକାଶ କରିଥିଲେ।ତାଙ୍କ ସହ ଲୋକସଭା ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ,ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ , ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, ହିମାଂଶୁ ବରାଡ଼, ରୂପେଶ ଜୈନ, ପ୍ରମୁଖ ଉକ୍ତ ଶୋଭା ଯାତ୍ରାରେ ସାମିଲ ଥିଲେ।| ପରେ ନାମାଙ୍କନ ପାଇଁ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ | ସେଠାରେ ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ନାମାଙ୍କନ ଦାଖଲ କରିଥିଲେ |

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଦିଲ୍ଲୀ ବିଜୟ ପାଇଁ ବି ଜେ ପି ର ବିଜୟ ଶୋଭାଯାତ୍ରା

masiha

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ବିଜେପିର ୭ମ କାର୍ଯ୍ୟକାରୀଣି ବୈଠକ

Leave a Comment

error: Content is protected !!