ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁତ୍ର ଆର୍ଯ୍ୟର ସତ୍ୟ ନାରାୟଣ ପୂଜା ପାଳିଲେ ପରିବାର

ପୁତ୍ର ଆର୍ଯ୍ୟର ସତ୍ୟ ନାରାୟଣ ପୂଜା ପାଳିଲେ ପରିବାର

ଖଇରା,୨୬/୪/୨୪- ଦିନ ପରେ ଦିନ ବର୍ଷ ପରେ ବର୍ଷ ଏହି ପରି ବିତି ଯାଇଛି ଦୀର୍ଘ ୧୫ ବର୍ଷ । ୧୬ ବର୍ଷ ବୟସରେ ପଦାର୍ପଣ କରିଛି ପୁତ୍ର । ପିତାମାତା ଦ୍ବାରା ଘରେ ଆୟୋଜନ ହୋଇଛି ନାରାୟଣ ସେବା ଓ ସତ୍ୟ ନାରାୟଣ ପୂଜା । ଏପରି ଏକ ଦୃଶ୍ୟ ଦେଖାଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ନିକଟ ଗଡପୋଖରୀ ଗ୍ରାମରେ । ପିତା ପ୍ରଫୁଲ୍ଲ କୁମାର ଜେନା ଓ ମାତା ମମତା ମଞ୍ଚରୀ ଜେନାଙ୍କ ପୁତ୍ର ଆର୍ଯ୍ୟ ଓମ୍ ଜେନା ଏବେ ୧୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଗଡପୋଖରୀ ଗ୍ରାମସ୍ଥ ବାସଭବନ ପରିସରରେ ପୁତ୍ର ଆର୍ଯ୍ୟର ମଙ୍ଗଳ କାମନା ନିମନ୍ତେ ପିତାମାତାଙ୍କ ଦ୍ବାରା ଆୟୋଜିତ ହୋଇଛି ନାରାୟଣ ସେବା ଓ ସତ୍ୟ ନାରାୟଣ ପୂଜା । ଏହି ନାରାୟଣ ସେବାରେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ବଜନ, ସାଙ୍ଗସାଥୀ ଓ ପାଖପଡୋଶୀ ଯୋଗଦେଇ ଆର୍ଯ୍ୟ ଓମ୍ ଜେନାଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ଦେଖା ଯାଇଥିଲା । ନାରାୟଣ ସେବା ଓ ଆର୍ଯ୍ୟ ଓମ୍ ଙ୍କୁ ଆଶୀର୍ବାଦ ନିମନ୍ତେ ବାସଭବନ ଜନଗହଳି ପୂର୍ଣ୍ଣ ହୋଇଥିଲା । ପ୍ରସାଦ ସେଵନ କରି ସମସ୍ତେ ଖୁସିରେ ଫେରିଥିଲେ । ପରେ ପରେ ଗାୟକ ଅଲେଖ ଦାସ ଓ ତାଙ୍କ ସାଥୀଙ୍କ ଦ୍ବାରା ସତ୍ୟ ନାରାୟଣ ପାଲା ପରିବେଷଣ ହୋଇଥିଲା । ପାଲା ପ୍ରେମୀ ବହୁ ଦର୍ଶକ ପାଲା ଉପଭୋଗ କରିଥିଲେ । ପରିବାର ତରଫରୁ ନିମନ୍ତ୍ରଣ ପାଇ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ନାରାୟଣ ସେବାରେ ଯୋଗଦେଇ ନିଜକୁ ଧନ୍ୟ ମନେ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି , ଗଁଦିଆ ବ୍ଲକ ରେ କିଛି ସଚୋଟ ଙ୍କ ମହାନତା

Sunil Chandra Nayak

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର। ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

Sunil Chandra Nayak

ବନ୍ଦଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!