ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯୁବ ନେତା ଦ୍ବାରିକା ମହାପାତ୍ର ହେଲେ ପ୍ରଚାର କମିଟି ଅଧକ୍ଷ 

ଯୁବ ନେତା ଦ୍ବାରିକା ମହାପାତ୍ର ହେଲେ ପ୍ରଚାର କମିଟି ଅଧକ୍ଷ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ କରି ଦଳୀୟ ପ୍ରଚାର ପ୍ରସାରକୁ ଅଧିକ ବ୍ୟାପକ କରିବା ପାଇଁ ନବରଙ୍ଗପୁର ଲୋକସଭା କଂଗ୍ରେସର ପ୍ରଚାର କମିଟି ଅଧକ୍ଷ ରୂପେ ଦଳର ବରିଷ୍ଟ ଯୁବ ନେତା ଶ୍ରୀ ଦ୍ବାରିକା ମହାପାତ୍ରଙ୍କୁ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି l ଏହି ନୂତନ ଦାୟିତ୍ବ ମିଳିବା ପରେ ଶ୍ରୀ ମହାପାତ୍ର ଏକ ଅତି ଶୀଘ୍ର ବରିଷ୍ଟ ନେତାଙ୍କ ପରାମର୍ଶ ନେଇ ଏକ ନୂତନ କମିଟି ଗଠନ କରି ଦଳୀୟ ପ୍ରଚାର ପ୍ରସାର ବ୍ୟାପକ କରିବା ସହ ଦଳର ଗ୍ୟାରେଣ୍ଟି କାର୍ଡକୁ ଗ୍ରାମାଞ୍ଚଳ ସ୍ତରକୁ ପହଞ୍ଚାଇ ଉଭୟ ଜନବିରୋଧୀ ବିଜେପି ବିଜେଡ଼ି ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ସହ ଲୋକଙ୍କୁ ସଚେତନ କରାଯିବ, ଏବଂ ଉପା ସରକାର ର ଅବଦାନ, କଂଗ୍ରେସ ଦଳର ବିଚାର ଧାରା ଲୋକଙ୍କ ନିକଟରେ ପହଞ୍ଚାଯିବ ବୋଲି ଉଲ୍ଲେଖ କରିଛନ୍ତି l ଏଠାରେ କଂଗ୍ରେସ ଦଳ ସାଂସଦ ଆସନରେ ନିଶ୍ଚିତ ବିଜୟ ହେବା ସହ ସର୍ବାଧିକ ବିଧାନ ସଭା ଆସନରେ କଂଗ୍ରେସ ବିଜୟ ହେବ ବୋଲି ଦୃଡକ୍ତି ପ୍ରକାଶ କରିଛନ୍ତି, ଶ୍ରୀ ମହାପାତ୍ରଙ୍କୁ ନୂତନ ଦାୟିତ୍ବ ମିଳିଲା ପରେ ଦଳୀୟ ସାଂସଦ ପାର୍ଥି ଶ୍ରୀ ଭୂଜବଳ ମାଝୀ, ପୂର୍ବ ମନ୍ତ୍ରୀ ଶ୍ରୀମତୀ ପରମା ପୂଜାରୀ,ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ, ଶ୍ରୀ ଗୋବିନ୍ଦ ପାତ୍ର,ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ, ଦିଲ୍ଲୀପ ପ୍ରଧାନୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ଡଃ ଲିପିକା ମାଝୀ, ଅନାମ ଦିଆନ, ସନରାଜ ଗଣ୍ଡ,ମାଲା ମାଡି, ମଙ୍ଗୁ ଖିଲ, ହାରବତୀ ଗଣ୍ଡ ପ୍ରମୁଖ ଅଭିନନ୍ଦନ ଜଣେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଇଡ଼ାରେ ବିଜେପିର ଜନ ଆକ୍ରୋଷ ରାଲି, ମହିଳାଙ୍କ ଗର୍ଜନ

ପୂର୍ବାକାଶ ହେଲା ଗେରୁଆମୟ; ପଶ୍ଚିମଵଙ୍ଗ, ଆସାମ, ପଡୁଚେରୀରେ ପଦ୍ମର ଲହରି;ବିରୋଧୀ ଆକାଶରେ କଳା ବାଦଲ

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

Leave a Comment

error: Content is protected !!