ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଭୁ ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଜୟ ପାଣି ଯୋଗଦେଇ ମଧୁବାବୁଙ୍କ ବାଲ୍ୟଜୀବନ, ଶିକ୍ଷା, ଓକିଲାତି ଜୀବନ ସହ ସ୍ବତନ୍ତ୍ର ଓଡ଼ିଶା ଗଠନରେ ତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅଧ୍ୟବସାୟ ଓ ସ୍ପଷ୍ଟବାଦିତା କୁ ଗୁରୁତ୍ବ ଦେବାସହ ନିଜ ଦକ୍ଷତାକୁ ଚିହ୍ନି ତାହାକୁ ଓକିଲାତି ଜୀବନରେ ପ୍ରୟୋଗ କରି ଭଲ ଓକିଲ ହେବାପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼ଃ ପଟ୍ଟନାୟକ ଦିବସ ପାଳନର ମହତ୍ତ୍ୱ ଓ ଓଡ଼ିଶାର କଳା, ସଂସ୍କୃତି ଓ ଭାଷାର ମର୍ଯ୍ୟାଦା ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଉତ୍କଳ ଗୌରବ ମଧୁସୁଦନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଛାତ୍ର ଦେବାଶିଷ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ ସମ୍ପାଦିକା ମହାନ୍ତି,ଡ ପ୍ରଜ୍ଞା ପରମିତା ପଣ୍ଡା, ଡ଼ ଦ୍ବିବେନ୍ଦୁ ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ସତ୍ୟପ୍ରିୟା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା, ପଦଯାତ୍ରା ଓ କବିତା ପାଠୋତ୍ସବ

Sunil Chandra Nayak

ବାଙ୍ଗିରିପୋଷି ଘାଟିରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର

masiha

ଖବର ପ୍ରକାଶିତ ପରେ ଆରମ୍ଭ ହେଲା ଡେଙ୍ଗାଗୁଡା ରାସ୍ତା ମରାମତି କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!