ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ରତ୍ନ ପ୍ରତିଭା ସମାରୋହ ଆସନ୍ତା ୧୦ରେ

ରାଉରକେଲା/ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ, ସହର ତଥା ରାଜ୍ୟର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସେମାନଙ୍କ ପ୍ରତିଭା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଉତ୍କଳ ରତ୍ନ ପ୍ରତିଭା ସମାରୋହ ‘ ଆସନ୍ତା ୧୦ତାରିଖ ଦିନ ଅପରାହ୍ନ ୪ଟା ୩୦ମିନିଟରେ ସେକ୍ଟର ୨ ସ୍ଥିତ ସେହେନାଇ ମଣ୍ଡପଠାରେ ଆୟୋଜିତ ହେବାକୁ ଯାଉଛି। ବିଶେଷ କରି ସେବା, ସାହିତ୍ୟ, କଳା,ଶିକ୍ଷା, ସଂସ୍କୃତି, କ୍ରୀଡା, ସ୍ବାସ୍ଥ୍ୟ, ସୌନ୍ଦର୍ଯ୍ୟ ଭଳି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତଥା ଓଡିଶା କୁ ଗର୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ଏନେଇ ସେହେନାଇ ମଣ୍ଡପଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହାପି ମୋମେନ୍ଟସ୍ ଇଣ୍ଡିଆ ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଜଣାଶୁଣା ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯିବ। ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷିକେଶ ମଲ୍ଲିକ, ଦୁତି ଚାନ୍ଦ,ମୀନତି ମହାପାତ୍ର, ଶଙ୍କର୍ଷଣ ପରିଡା, ଲାଜରୁସ ବାର୍ଲା ପରି ବହୁ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଏହା ସହ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଓଡିଆ ଘରର ଖାଦ୍ୟ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ପରଷା ଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ଲିତାଞ୍ଜଳୀ ପତି, ସସ୍ମିତା ପ୍ରଧାନ, ରବର୍ଟ ହାଇଫିଲ ଓ ସୋନୁ ତନ୍ତୀ ପ୍ରମୁଖ ମଂଚାସୀନ ଥିବା ବେଳେ ସର୍ବଶ୍ରୀ ସଲିତ କୁମାର ପତି, ସତ୍ୟମ ମୋଦକ, ସୁଶ୍ରୀ ତୃପ୍ତି ଭୂମିଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

Sunil Chandra Nayak

ବର୍ଷକୁ ୨୦ ଲକ୍ଷରୁ ଅଧିକ ଜମା କଲେ ପାନ୍, ଆଧାର ବାଧ୍ୟତାମୂଳକ

Sunil Chandra Nayak

ଏସ. କେ. ଜି. ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!