ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ “ସଖୀବଟ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ “ସଖୀବଟ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା :-ଆମ କେନ୍ଦ୍ରାପଡ଼ା ଜିଲ୍ଲା ର ଗୁପ୍ତ କ୍ଷେତ୍ର ଭାବ ରେ ସଖୀବଟ କୁ ବୁଝାଯାଏ। ଯେଉଁ ସ୍ଥାନ ରେ ମହାପ୍ରଭୁ ବଳଭଦ୍ର ଗୁପ୍ତ ଭାବ ରେ ଅବସ୍ଥାନ କରିଥିଲେ। ଏହି କ୍ଷେତ୍ର ର ମହିମା ସାରା ଜିଲ୍ଲା ରେ ପରିବ୍ୟାପ୍ତ ଅଟେ। ସଖୀବଟ ରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳନ କରାଯାଇଥାଏ। ଏହି ସମୟ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିନ୍ନ ଭିନ୍ନ ସେବା କାର୍ଯ୍ୟ ହୋଇଥାଏ ଯଥା ରକ୍ତଦାନ ଶିବିର, ସ୍ବଚ୍ଛତା ହିଁ ସେବା, ଜଳ ସେବା କେନ୍ଦ୍ର, ବୃକ୍ଷ ରୋପଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ। ଏହି ସବୁ କାର୍ଯକ୍ରମ କୁ ଦେଖି ସଖୀବଟ ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ “ସଖୀବଟ ସେବା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ଏହି ମଞ୍ଚ ର ଅତିଥି ଭାବରେ ଇଞ୍ଜିନିୟର ଶତ୍ରୁଘ୍ନ ଦାସ, ଟ୍ରଷ୍ଟ ବୋର୍ଡ ସଭାପତି ଶ୍ରୀଯୁକ୍ତ ଅକ୍ଷୟ ପାଣି, ବିଷ୍ଣୁ ଚରଣ ସ୍ବାଇଁ, ସଖୀବଟ ଉନ୍ନୟନ ପରିଷଦ ର ସହ ସଂଯୋଜକ ଅଭୟ କୁମାର ପତ୍ରୀ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ :୨୦୨୪-୨୫ ବର୍ଷ ଲାଗି ପାଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାରରେ ରେ ୧୦ ଲକ୍ଷ ଅର୍ଥରାଶି ସହ ସ୍ମୃତି ଫଳକ ଓ ମାନପତ୍ର:

Sunil Chandra Nayak

ରାଇରଙ୍ଗପୁରରେ ବୀରଚକ୍ର ଶହୀଦ ନୁଦୂରାମ ସୋରେନଙ୍କ ତୃତୀୟ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ଵିଜାତଳା ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!