ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

ଡାବୁଗାଁ, ୩୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ୯ ଦିନ ବ୍ୟାପୀ ଚାଲିଥିବା ମା ‘ ଠାକୁରାଣୀ ଙ୍କ କଳସ ଯାତ୍ରା ମଙ୍ଗଳବାର ଶେଷ ହୋଇଯାଇଛି | ଆଜି ଦିନ ସାରା ମା ଠାକୁରାଣୀ ଙ୍କ କଳସୀ ମଣ୍ଡପ ଠାରେ ପୂଜାର୍ଚ୍ଚନା ପରେ ଅପରାହ୍ନ ୫ ଘ ସମୟରେ ମା ଠାକୁରାଣୀଙ୍କ ଘଟ ସହ ଲାଠି, କୁର୍ଚ୍ଚି ଆଦି କଳସୀ ମଣ୍ଡପ ଠାରୁ ବହୁ ଆଡମ୍ବରରେ ଶୋଭାଯାତ୍ରା ବାହାରି ବାଜା ବଜାଇ ବାଣ ଫୁଟାଇ ଗ୍ରାମର ସମସ୍ତ ଦେବୀ ମାନଙ୍କୁ ଡାକ ଦେଇ ବାହାରି ପଡିଥିଲେ ମା ଠାକୁରାଣୀ ଙ୍କ ମନ୍ଦିରକୁ | ଏଥିରେ ବହୁ ଭକ୍ତ ଉପସ୍ଥିତ ଥିଲେ | ପ୍ରାୟ ୩୦ ରୁ ଉର୍ଦ୍ଧ ବାଳିକା ଝିଅ ମାନେ ମୁଣ୍ଡରେ କଳସ ବୋହି ମା ଠାକୁରାଣୀ ଙ୍କ ମନ୍ଦିରକୁ ଯାଇ ସେଠାକାର ପୋଖୋରୀରେ ବୁଡ ପକାଇ ଥିଲେ | ପରେ ସମସ୍ତ ଗ୍ରାମବାସୀ ନିଜ ଘରକୁ ଫେରିଥିଲେ | ଏଥିରେ ଡାବୁଗାଁ ପୋଲିସ ସହଯୋଗ କରିଥିଲେ | ଏଥିରେ ଯାତ୍ରା କମିଟି ର ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର , ଉପସଭାପତି ବିନୋଦ ସୌରା, ସମ୍ପାଦକ କୁନୁ ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି, ପାପନା ରେଲି, ଜିତୁ ରେଲି, ତରଣୀ ରେଲି ଏବଂ ସଞ୍ଜୟ ଶତପଥି, ଏ. ଶିବ ପ୍ରସାଦ, ଗୋପାଳ ପାତ୍ର ଓ ଅନ୍ୟମାନେ ମିଶି ଏହି ଯାତ୍ରା କୁ ସୁରୁଖୁରୁ ରେ ପରିଚାଳନା କରିଥିଲେ | ଏହି ଶୋଭାଯାତ୍ରାରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବ୍ଲକ କଂଗ୍ରେସ ସଭାପତି ଜି.ସାଇ ରାଜୁ, ଆଶୁତୋଷ ଜେନା, ବାବି ଜେନା, ଧବଳ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଅନ୍ୟ ମାନେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି , ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

masiha

ଗୁଣପୁରର ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ୬ ମହଲା କୋଠା ସିଲ,ଆଲଟ୍ରା ସାଉଣ୍ଡ ଗାଏବ

Sunil Chandra Nayak

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦ୍ୟାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!