ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଜାତୀୟ ଅଭୟାରଣ୍ୟ ଭିତରକନିକା 

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଜାତୀୟ ଅଭୟାରଣ୍ୟ ଭିତରକନିକା 

କେନ୍ଦ୍ରାପଡ଼ା :ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପୂର୍ବ ବର୍ଷ ଭଳି କୁମ୍ଭୀର ଗଣନା କରାଯିବ। 2024 ଜାନୁଆରୀ 5 ତାରିଖ ଠାରୁ 13 ତାରିଖ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଭିତରକନିକାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆସିବାକୁ ବାରଣ କରାଯାଇଛି। ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟ ରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀ ପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି। ଭିତରକନିକା ନଦୀ ଓ ନାଳ ରେ ଜୁଆରିଆ ହୋଇ ଥିବାରୁ ଅଧିକ ଭଟା ରହୁଥିବା ଅମବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନ ଥାଏ। ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ। ମୁଖ୍ୟତଃ ପର୍ଯ୍ୟଟକ ମାନେ ବୋଟ୍ ରେ ଆସିବା ସମୟରେ ନଦୀ ପଠାରେ ଉପରେ ପଡ଼ିଥିବା କୁମ୍ଭୀର ମାନେ ପର୍ଯ୍ୟଟକଙ୍କୁ ଦେଖି ନଦୀ ଭିତରକୁ ଚାଲି ଯାଇଥାନ୍ତି। ପର୍ଯ୍ୟଟକ ମାନଙ୍କୁ ବନ୍ଦ କରିବାର 3 ରୁ 4 ଦିନ ପରେ ଅହୁଲା ମରା ଦଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ। ନଦୀ ପଠାରେ ସୋଇ ଥିବା ଚିହ୍ନ ରୁ ତାର ଲମ୍ବ ମାପଯାଇ ବୟସ ବର୍ଗ ସ୍ଥିର କରାଯାଇଥାଏ। କୁମ୍ଭୀର ଗଣନା ପାଇଁ ଗଣନା କାରୀ ଦଳ ଗଠନ କରାଯାଇ ନାହିଁ। ବିଶେଷଜ୍ଞ ଗଣନା କାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନା କାରୀ ଦଳ ଗଠନ କରାଯାଇ କୁମ୍ଭୀର ଗଣନା ଆରମ୍ଭ କରାଯିବ। ପର୍ଯ୍ୟଟକ ମାନେ 2024 ଜାନୁଆରୀ 5 ରୁ 13 ତାରିଖ 2024 ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ଭ୍ରମଣ ରେ ନଆସିବା ପାଇଁ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନ୍ୟୁଜ୍

Related posts

ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

କ୍ୟାବିନେଟ୍ ବୈଠକ ସମ୍ପର୍କିତ ବୈଠକ 

Sunil Chandra Nayak

ଜୁନାଗଡ଼ ରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!