ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

ବସ୍ତା,29/04 : ସିଂଲା ଥାନା ସାର୍ଥ ବିନ୍ଧା ଗ୍ରାମର ସୁକଦେବ ମଣ୍ଡଳ ର ଝିଅ ହଦଳୀ ଗୋଡି ଗ୍ରାମର ସୁକୁମାର ମଣ୍ଡଳ ପୁଅ ଝଣ୍ଟୁ ମଣ୍ଡଳ ଭଲ ପାଇ 2021 ମସିହାରେ ବିବାହ କରିଥିଲେ l ଝିଅ ଗ୍ରାମର ଖକନ ମଣ୍ଡଳ, ସପନ ମଣ୍ଡଳ ଓ ପୁଅ ଗ୍ରାମର ମନୋଜ ମାନ୍ନା ଙ୍କ ସାହାଯ୍ୟରେ 15 ବର୍ଷ ର ଝିଅ ଅନିତା ମଣ୍ଡଳ କୁ ଉଠାଇ ନେଇଥିଲେ l ଏ ଘଟଣା ବାବଦରେ ସିଂଲା ଥାନାରେ ଝିଅ ର ବାପା 49/2021 ମୂଳେ ଏକ କେଶ କରିଥିଲେ l ନିୟମ ଅନୁସାରେ ଝିଅର ବିବାହ ବୟସ ହୋଇନଥିବାରୁ ପୋଲିସ ସହାୟତାରେ ଝିଅକୁ ବାପା ଆଣିବାକୁ ଯାଇଥିଲେ କିନ୍ତୁ ଝିଅ ସେତେବେଳେ କୁ ଗର୍ଭବତୀ ହୋଇଥିବା ଜାଣି ବାପା ଫେରି ଆସିଥିଲେ l ତିନିବର୍ଷ ସବୁ ଠିକ ଠାକ ଥିଲା ମାତ୍ର ଗତକାଲି ଝିଅ ଘରର ପଡୋଶୀ ଝିଅ ର କାକା ଭଗବାନ ମଣ୍ଡଳ କୁ ଫୋନ କରି କହିଲେ ତୁମ ଝିଅ ବାଲେଶ୍ୱର ଡାକ୍ତରଖାନା ରେ ଚିକିତ୍ସା ହେଉଛି l ଘର ଲୋକ ପହଁଚି ଝିଅକୁ ଘଟଣା ବିଷୟରେ ପଚାରିବାରୁ କହିଥିଲା l ମୋତେ ପିଟାମରା କରୁଛନ୍ତି ବୋଲି ମୁଁ କାଳେ କାହାରିକୁ କହିଦେବି ମୋତେ ସ୍ୱାମୀ, ଶାଶୁ, ଶଶୁର,ନଣଦ,ମଳାଶୁର, ମାଇଁ ଶାଶୁ,ଖୁଡିଶାଶୁ ଏମାନେ ମୋତେ ପିଟା ମରା କରି ଜୋର ଜବରଦସ୍ତ କରି ମୋ ପାଟିକୁ ଚିରିଧରୀ ବିଷ ପିଆଇ ଦେଇଛନ୍ତି l ଝିଅର ଅବସ୍ଥା କୁ ଦେଖି ଡାକ୍ତର କଟକ ବଡ ଡାକ୍ତରଖାନା କୁ ପଠାଇ ଦେଇଥିଲେ l କଟକରେ ଚିକିତ୍ସା ହେଉଥିବା ସମୟରେ ଝିଅଟିର ମୁର୍ତ୍ୟୁ ହୋଇଯାଇଥିଲା l ନିୟମ ଅନୁସାରେ ଶବ ବ୍ୟବଚ୍ଛେଦ ପାଇଁ ବାପା ଘରର ଲୋକଙ୍କ ର ଆବଶ୍ୟକ ପଡିଲା, ତେବେ ପୁଅ ଘର ଲୋକେ ଝିଅର ଘରେ ପହଞ୍ଚି କାକୁତି ମିନତୀ କରି କଟକ ନେଲେ, ଶବ ବ୍ୟବଛେଦ ପରେ ଝିଅକୁ ତାର ବାପା ଘରକୁ ଆଣିବେ କହିବାରୁ ଦୁଇ ଜଣଙ୍କ ଭିତରେ ଯୁକ୍ତି ତର୍କ ହୋଇଥିଲା ପରେ ଅନିତାର ସ୍ୱାମୀ ଓ ଖୁଡି ଶାଶୁ ଗାଡିରେ ବସିଲେ, ଝିଅର ବାପା ଗାଡ଼ିରେ ବସିବାକୁ ଯିବାରୁ ତାକୁ ଧକ୍କା ଦେଇ ଶବକୁ ନେଇ କୁଆଡେ ଫେରାର ହେଇଥିଲେ କିନ୍ତୁ ଆଜି ଖବର ମିଳିଛି ସେଇ ଶବ କୁ ସର୍ଗଦ୍ୱାର ରେ ଶବ ଦାହ କରିଛନ୍ତି! ଝିଅ ଘରର ଲୋକେ ଫେରିନାହାନ୍ତି ବୋଲି ପୁଅର ଘର ପାଖ ଲୋକେ ଓ ଝିଅର ସମ୍ପର୍କୀୟ ସୋମବାର ଅପରାହ୍ନ ସମୟରେ କହିଛନ୍ତି l ତେବେ ମୃତ ଅନିତାର ଶବ ପଛରେ କିଛି ରହସ୍ୟ ଲୋଚି ରହିଥିବା ସାଧାରଣରେ ଆଲୋଚନା ଜୋର ଧରିଛି ଏବଂ ପୋଲିସ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।

=======.==.========.==========

ବାଇକ ଦୁର୍ଘଟଣା, ଚାଳକ ଆହାତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି

ବସ୍ତା,29/04 : ବସ୍ତା ଥାନା ଅନ୍ତର୍ଗତ ସୋମବାର ସନ୍ଧ୍ୟା ସମୟରେ ଅମର୍ଦାରୋଡ଼ ନିକଟରେ ବାଇକ ଦୁର୍ଘଟଣା ଘଟି ଚାଳକ ଆହାତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ରାସଗୋବିନ୍ଦପୁର ଅଭିମୁଖେ ଯାଉଥିବା ବେଳେ ଅମର୍ଦାରୋଡ଼ ନିକଟରେ ପଛରୁ ଦ୍ରୁତଗାମୀ ପିକଅପ ଆସି ଉକ୍ତ ବାଇକ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବାଇକ ଚାଳକ ଆହାତ ହୋଇ ରାସ୍ତା ପାର୍ଶ୍ୱରେ ଛଟପଟ ହେଉଥିଲେ l ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

Sunil Chandra Nayak

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

Leave a Comment

error: Content is protected !!