ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିଅନ ବିଶ୍ବ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁରରେ ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିଅନ ବିଶ୍ବ ଶ୍ରମିକ ଦିବସ ପାଳିତ

ମୟୂରଭଞ୍ଜ – ୦୧/୦୫ ( ମସିହା) ରାଇରଙ୍ଗପୁରର ଟିପିଏନଓଡିଏଲ ଉପଖଣ୍ଡ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନେସ୍କୋ ପାୱାର ଏମ୍ପ୍ଲାୋଇଜ ୟୁନିଅନ ତରଫରୁ ସଂପାଦକ ଦୀପକ ମହାନ୍ତଙ୍କ ନେତୃତ୍ୱରେ ନିର୍ବାଚନ ଆଚରଣବିଧି କୁ ମାନି ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଛି।| ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଦ୍ଯୁତ ସେକ୍ସନ ଏସ ଡି ଓ ଇଂ ଚିରଞ୍ଜିବୀ ସାହୁ ଉପସ୍ଥିତ ରହି ୟୁନିଅନ ପତାକା ଉତ୍ତୋଳନ କରିଥିଲେ | ସେ ସମାଜ ବିକାଶ ଓ ନାର୍ମାଣରେ ନେସ୍କୋ କର୍ମଚାରୀମାନଙ୍କ ଅବଦାନ,ତ୍ୟାଗ,ନିଷ୍ଠା ଅବର୍ଣ୍ଣନୀୟ ବୋଲି କହିଥିଲେ । ବିଭିନ୍ନ ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ମାତ୍ରାଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ଶ୍ରମିକମାନଙ୍କୁ ଅ ଖରାରେ କାମ କରିବା ସମୟରେ ସାଙ୍ଗରେ ହେଲମେଟ,ଛତା,ଓଆରଏସ୍ ପାଣି ଓ ମୁଣ୍ଡରେ ଗାମୁଛା ନେବା,ପାଣି ବୋତଲ ନେବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ | ସମସ୍ତଙ୍କୁ ପଖାଳ,ତୋରାଣି ଖାଇବା ଉପରେ ଗୁରୁତ୍ବ ଦେଇଥିଲେ ।ଶ୍ରମିକ ନେତା ଉଦୟ ଭାନୁ ବେହେରା ଶ୍ରମିକମାନଙ୍କ ଅଧିକାର,ନିଜର ଦାୟିତ୍ଵ,ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିମଳ ମହାନ୍ତି , ଉଦୟଭାନୁ ବେହେରା, ଲମ୍ବୋଦର ମହାନ୍ତ, ବିରସିଂ ମାର୍ଣ୍ଡି, ଗୋପିନାଥ ଗିରି, ରଂଜନ ସେଠୀ, ମହେନ୍ଦ୍ର ମହାନ୍ତ, ସାଙ୍ଖ ସୋରେନ, ଜିତେନ୍ଦ୍ର ମହାନ୍ତ, ବିମଲ ମହାନ୍ତ, ଦୀପକ କୁମାର ପରିଡା, ସୁନ୍ଦର ପାତ୍ର ଓ ଦେବାଶିଷ ମହାନ୍ତଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ | 

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

masiha

ଫୁଲଭଟ୍ଟା ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

masiha

ଖଣି ଅଞ୍ଚଳର ଲୋକଙ୍କ ବିକାଶ ପଥକୁ ଅନ୍ଯ ଅଞ୍ଚଳର ଲୋକେ କଣ୍ଟା ସାଜୁଛନ୍ତି: ବ୍ଳକ କଂଗ୍ରେସ

masiha

Leave a Comment

error: Content is protected !!