ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଲୋକ ହେବ ମୁଖ୍ୟମନ୍ତ୍ରୀ :ନିର୍ବାଚନୀ ସଭାରେ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ

ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଆ ଲୋକ ହେବ ମୁଖ୍ୟମନ୍ତ୍ରୀ :ନିର୍ବାଚନୀ ସଭାରେ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ

ଜୁନାଗଡ଼,୧/୫(ମନିସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଠାରେ କେନ୍ଦ୍ରୀୟ ଶ୍ରମ ଓ ରୋଜଗାର, ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ ଯୋଗଦେଇ ନିର୍ବାଚନୀ ପ୍ରଚାର କରିବା ପରେ ଏହି ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ଶକ୍ତି ବୃଦ୍ଧି କରିଛନ୍ତି । ଆଜି ହେଲିକପ୍ଟର ଯୋଗେ ଆସି ବିଜେପି କର୍ମୀ ସମାବେଶରେ ଯୋଗ ଦେଇଥିଲେ । ଏହି ସମାବେଶରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷି ଥିଲେ । ଓଡ଼ିଶାରେ ତାମିଲ ରାଜ ଚାଲିଛି । ଓଡିଆ ଅସ୍ମିତା ବିପଦରେ ଅଛି । ଏହି ଅଞ୍ଚଳରେ ଜଣେ ଦଳିତ ଯୁବକ ବିନ୍ଦୁ ମହାନନ୍ଦଙ୍କୁ ବିନା ଦୋଷରେ ଦୋଷୀ ସଜାଇ ବିଜେଡି ସରକାର ଦୁଇ ଦୁଇ ଥର ଜେଲ ଭିତରେ ପୁରାଇ ଦେଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଏହାର ଉଚିତ ଜବାବ ଦିଆଯିବ । ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁର ମୃତ୍ୟୁ ମାମଲା ସିବିଆଇକୁ ତଦନ୍ତ କରାଯିବ ଏବଂ ଓଡ଼ିଶାରେ ଓଡ଼ିଆ ଲୋକ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଏହି ସଭାରେ ବିଜେଡି ଓ କଂଗ୍ରେସ ଶତାଧିକ କର୍ମୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହୋଇଥିଲେ । 

ସଭାପରେ ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ ଡଙ୍ଗରିଗୁଡା ଗ୍ରାମର ଦଳିତ ଗରିବ ପରିବାରର ଗଗନ ମଙ୍ଗରାଜ ଘରେ ଭୋଜନ କରି ତାଙ୍କର ଉଦାରତା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରାର୍ଥୀ ମାଲବିକା ଦେଓ, ବିଧାୟକ ପ୍ରାର୍ଥୀ ମନୋଜ ମେହେର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ସଭାପତି ଆର୍ତ୍ତମହାପାତ୍ର,ଅଜୟ ପାଣିଗ୍ରାହୀ, ରଶ୍ମିରଞ୍ଜନ ନାଏକ,ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ହିମାଂଶୁ ବରାଡ଼, ସୁଧାଂଶୁ ବରାଡ଼,ବିନ୍ଦୁ ମହାନନ୍ଦ,ରଞ୍ଜନ ଜାଲ, ଲକ୍ଷ୍ମୀ ବାଗ, କାଂଚନ ବାଗ, ଏବଂ ଅନେକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କଳିନ୍ଦ୍ରୀ ପାଣିଗ୍ରାହୀ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆସନ୍ତା ୨୭ ରେ ବି ଜେ ପି ରାଜ୍ୟ ସଭାପତି ଙ୍କ ଜୁନାଗଡ଼ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ବିଜୁ ଶ୍ରମିକ ବନ୍ଧୁ ସମ୍ମାନର ନାମ ପରିବର୍ତ୍ତନ ପ୍ରସଙ୍ଗ ବିଜୁ ବାବୁଙ୍କୁ ବାରମ୍ବାର ଅସମ୍ମାନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!