ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ 

ଡାବୁଗାଁ, ୨/୫ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଭୈରବ ସ୍ନାତକ ମହାବିଦ୍ୟାଳୟ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ୨ ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଯାଇଛି | ଏଥିରେ ନିର୍ବାଚନ ସମୟରେ ଇଭିଏମ ମେସିନ ପରିଚାଳନା ଓ ନିର୍ବାଚନୀ ସମ୍ବନ୍ଧୀୟ କାଜଗପତ୍ର କାର୍ଯ୍ୟ ପରିଚାଳନା ଉପରେ ତାଲିମ ଦିଆଯାଇଥିଲା | ଡାବୁଗାଁ ସ୍ଥିତ ତାଲିମ କାର୍ଯ୍ୟକ୍ରମରେ ୫୨୮ ଜଣ ପୋଲିଂ ଅଧିକାରୀଙ୍କ ମଧ୍ୟରୁ ୪୮୬ ଜଣ ପୋଲିଂ ଅଧିକାରୀ ତାଲିମ ନେଇଥିଲେ ଓ ୪୨ ଜଣ ପୋଲିଂ ଅଧିକାରୀ ଅନୁପସ୍ଥିତ ଥିଲେ | ଏଥିରେ ୩ ଟି ସ୍ଥାନରେ ୯ ଟି ପ୍ରକୋଷ୍ଠ ରେ ପ୍ରିଜାଇଡିଂ, ୧ମ ପୋଲିଂ, ୨ୟ ପୋଲିଂ, ୩ୟ ପୋଲିଂ, ୪ର୍ଥ ପୋଲିଂ ଓ ୫ ମ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା | ଏହା ସହ ପୋଷ୍ଟାଲ ବ୍ୟାଲଟ ଭୋଟିଂ କରଯାଇଥିଲା | ଏଥିରେ ମୋଟ ୯୪ ଜଣ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ଭୋଟ ଦେଇଥିଲେ | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, କୋଷାଗୁମୁଡା ବିଡିଓ ଆଶିଷ ରଞ୍ଜନ ତ୍ରିପାଠୀ, କୋଡିଗାଁ ତହସିଲଦାର ସୁବ୍ରତ ବେହେରା, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ତହସିଲଦାର ତପନ ନାୟକ, ଡାବୁଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ, କୋଡିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ପଞ୍ଚାନନ ଦୁରିଆ ଓ ରବିନାରାୟଣ ପାଣିଗ୍ରାହୀ, ମଇଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ବାଳକୃଷ୍ଣ ବିଶୋଇ ପ୍ରମୁଖ ତାଲିମ ଦେଇଥିଲେ | ଡାବୁଗାଁ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏ.ଡ଼ି ପ୍ରସାଦ ଓ ପର୍ଶୁରାମ ମାଳୀ ପରିଚାଳନା କରିଥିବା ବେଳେ ବ୍ଲକ ର କର୍ମଚାରୀ ମାନେ ସହଯୋଗ କରିଥିଲେ |

  ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନଛିପୁର ହାଇସ୍କୁଲ ପାଳନ କଲା ୭୮ତମ ସ୍ବାଧୀନତା ଦିବସ

masiha

ଉଦେଶୃଙ୍ଗ ଗାଁ ର ଅସହାୟ ବାପା ଛେଉଣ୍ଡ ପରିବାର ପାଖକୁ ପହଁଚିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ 

masiha

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!