ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୨/୫ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଗହନାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବାନ ପାଣିଗ୍ରାହୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପାଣିଗ୍ରାହୀ ଜଣେ ମେଳାପୀ, ମିଷ୍ଟଭାଷୀ ଓ କର୍ତ୍ତବ୍ୟରତ ଶିକ୍ଷକତା ସହ ଦୀର୍ଘ ୨୦ ବର୍ଷ ଧରି ଏନପିଏସ ଜିଲ୍ଲା ସଭାପତି ରୂପେ ତାଙ୍କ ଦାୟିତ୍ବ ସୁଚାରୁ ରୂପେ ନିର୍ବାହ କରିଛନ୍ତି। ଏହାସହ ରାଜ୍ୟ ଶିକ୍ଷକ ସଂଘର ସାଂଗଠନିକ ସମ୍ପାଦକ ରୁପେ ଦାୟିତ୍ବରେ ରହି ଅନେକ ସମୟରେ ଶିକ୍ଷକଙ୍କ ଦାବି ଓ ହକ ପାଇଁ ନେତୃତ୍ୱ ନେଇ ଅନେକ ଆନ୍ଦୋଳନ ଓ ଧାରଣାରେ ସାମିଲ ହୋଇ ସଙ୍ଘ ପାଇଁ କାର୍ଯ୍ୟ କରିଥିଲେ। ଗହନାମୁଣ୍ଡା ୟୁପି ସ୍କୁଲରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ଓପୋଟା ସମ୍ପାଦକ ବଙ୍କିମ ସାଗର, ଜିଲ୍ଲା ସଭାପତି ପ୍ରଫୁଲ୍ଲ ଠାକୁର, ଜିଲ୍ଲା ସମ୍ପାଦକ ବୈକୁଣ୍ଠ ଜାଲ, ବିଆରସିସି ତୋଫାନ ମାଝୀ, ବରିଷ୍ଠ ଶିକ୍ଷକ ଦିଗାମ୍ବର ଦଲପତି,ଏକ୍ସ କେଡର ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ ,ଯୋଗେଶ୍ବର ସାଗର, ଦେବିସିଂ ମାଝୀ, ପଞ୍ଚାନନ ମାଝୀ, ତ୍ରିନାଥ ନାଗ, ଅଜିତ ପ୍ରଧାନ, ସିଆରସିସି ଗୋବର୍ଦ୍ଧନ ବେମାଲ, ରତ୍ନାକର ବେମାଲ, ମହମ୍ମଦ ଜାକିର, ଅକ୍ଷୟ କୁମାର ରଥ, ଗଣେଶ୍ୱର ରଣା, ଶିବ ସୁନାନୀ, ଅମିତ ଜାଲ, ଯଶୋବନ୍ତ ରାଉତ, ମନୋଜ ପଣ୍ଡା, ପ୍ରମୁଖ ଯୋଗଦାନ କରି ଶିକ୍ଷକଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଈଶ୍ବରୀ ପ୍ରସାଦ ଅଗସ୍ତି ସଂଯୋଜନା କରିଥିଲେ। ସଭାରେ ଶତାଧିକ ଶିକ୍ଷକ ଶ୍ରୀ ପାଣିଗ୍ରହୀଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ତାଙ୍କୁ ବିଦାୟ ପୂର୍ବକ ତାଙ୍କ ବାସଭବନରେ ନେଇ ଛାଡିବା ସହ ତାଙ୍କ ଅବସର କାଳୀନ ଜୀବନ ସୁଖମୟ ହେଉ ବୋଲି ମତ ରଖିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଖଟରୁ ପଡ଼ି ଶିଶୁକନ୍ଯା ମୃତ

Sunil Chandra Nayak

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!