ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ରେ ବିଜେପି କର୍ମିଙ୍କୁ ଉତ୍ତରାଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତ୍ରିଵେନ୍ଦ୍ର ସିଂଙ୍କ ନିର୍ବାଚନ ବିଜୟର ଗୁରୁମନ୍ତ୍ର

ରାଇରଙ୍ଗପୁର ରେ ବିଜେପି କର୍ମିଙ୍କୁ ଉତ୍ତରାଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତ୍ରିଵେନ୍ଦ୍ର ସିଂଙ୍କ ନିର୍ବାଚନ ବିଜୟର ଗୁରୁମନ୍ତ୍ର

ମୟୂରଭଞ୍ଜ – ୪/୦୫ ( ମସିହା)ରାଜନୈତିକ ପାଣିପାଗ ଏବେ ଗ୍ରାଫିକାଲି ବଢ଼ି ବଢ଼ି ଚାଲିଛି । ମୟୂରଭଞ୍ଜ ଜିଲ୍ଲାରେ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ୬ ଟି ବିଧାନସଭା ଓ ଲୋକସଭା ରେ ବିପୁଳ ବିଜୟ କରିଥିବାବେଳେ ସେହି ଧାରାକୁ ଉଜ୍ଜୀବିତ କରିବା ପାଇଁ ବିଜେପି ଅଣ୍ଟା ସଳଖ କରିବା ପାଇଁ ବିଭିନ୍ନ ରଣ କୌଶଳ ଆପଣେଇଛି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇଥିବା ବିଜେପି ପାଇଁ ମୁଣ଼୍ଡ ବ୍ୟଥାର କାରଣ ହୋଇଥିଲା ।କର୍ମୀ ଓ ନେତାମାନଙ୍କ ମନବଳ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ଜାତୀୟ ସ୍ତରରବହୁ ନାମିଦାମୀ ରାଜନେତା ଓ ତାରକା ମାନଙ୍କୁ ଙ୍କୁ ଓଡ଼ିଶା ପଠାଇଛି । ମୟୂରଭଞ୍ଜ ଗସ୍ତରେ ଉତ୍ତରାଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତ୍ରୀଵେନ୍ଦ୍ର ସିଂ ରାଓ୍ବତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନ ୧୦.୩୦ ପାଖାପାଖି ସମୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଯୋଗଦେଇଥିଲେ । ରାଜ୍ୟ ସମ୍ପାଦକ ନବୀନ ରାମ ସଭାପତିତ୍ବରେ କରାଇଥିଲେ ।ଦଳୀୟ ନେତୃବୃନ୍ଦ ଓ କର୍ମୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଭଵ୍ଯସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ସଭାରେ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କୁ ଏକ ମନ,ଏକ ପ୍ରାଣ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ ।ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ ଜନକଲ୍ଯାଣ , ଦେଶର ଅର୍ଥନୀତି ,ଵିଦେଶନୀତି, ଆଧ୍ୟାତ୍ମିକ, ସାମାଜିକ ବିକାଶ,ବିଜ୍ଞାନ,ଶିଳ୍ପ, ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢାଇ ଆନ୍ତର୍ଜାତିକ ସ୍ତରରେ ଏକ ଶିର୍ଷ ସ୍ଥାନରେ ପହଞ୍ଚାଇବା ଉଦ୍ୟମକୁ ସାକାର କରିବା ପାଇଁ ବିଜେପି ଦଳର ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇବାକୁ ଆହ୍ବାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ବାର୍ଦା,ସାରସକଣା ବିଧାୟକ ପ୍ରାର୍ଥୀ ଭାଦଵ ହାଁସଦା, ଯଶିପୁର ବିଧାୟକ ପ୍ରାର୍ଥୀ ଇଂ ଗଣେଶ ରାମ ଖୁଣ୍ଟିଆ ଙ୍କୁ ପଦ୍ମ ଫୁଲରେ ବିପୁଳ ଭୋଟ ଦେଇ ଜିତାଇଵାକୁ ଆହ୍ଵାନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଵର୍ଷିଆନ ବିଜେପି ନେତା ମନୋରଞ୍ଜନ ମହାନ୍ତି,ମନୋଜ ଦାସ,ବିକାଶ ମହାନ୍ତ,ସଂଜିବ ମହାନ୍ତି, ଶିବ ଅଗ୍ରୱାଲ,ସୁରଥ ପଟ୍ଟନାୟକ ,ଅଶୋକ ମହାନ୍ତ ,ବିଜୁ ଗୋପାଲ ଗୋପ, କମଳାକାନ୍ତ ନାଏକ,ଫାଗୁରାମ ମାରାଣ୍ଡି,ସରୋଜ ମହାନ୍ତ , ଶଶାଙ୍କ କୁମାର,ଆଲୋକ ରଂଜନ ମହାନ୍ତ,ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।ତଦସହ ବିଜେପି ମିଶ୍ରଣ ପର୍ବରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଉପେନ୍ଦ୍ର ମଣ୍ଡଳ, ଜିତୁ ପଟନାୟକ,ପ୍ରାକ୍ତନ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଗୋଲାପ ସିଂ ମୁଣ୍ଡାରୀ, ସର୍ଦ୍ଦାର ସୁରେନ୍ଦ୍ର ସିଂ, ବିରଞ୍ଚି ସର୍ଦ୍ଦାର,ସନାତନ ସାହୁ,ବିଜୟ ଵାରିକ,ମଣ୍ଟୁ ବାରିକ, ନିରଞ୍ଜନ ମହାପାତ୍ର ଏବଂ ଆଉକିଛି ଅନ୍ୟ ଦଳର କର୍ମୀ ସାମିଲ ହୋଇଥିଲେ ।ଶେଷରେ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୩ ଟି ନିର୍ବାଚନ ମଣ୍ଡଳୀର ଆଗଧାଡିର ନେତୃବୃନ୍ଦ ଓ କର୍ମୀମାନେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିର୍ବାଚନି ସ୍ଥରୀୟ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା  ଦିବସ ପାଳନ

Sunil Chandra Nayak

ବିଶାଳ ଜନସମାବେଶ କରି ବିଜେଡି ରୁ ପ୍ରାର୍ଥୀପତ୍ର ଦାଖଲ କଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 

masiha

୨୮ ତମ ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!