ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାସ୍ତା ନାହିଁ ତ ଭୋଟ ନାହିଁ, ବିଜୁଳି ନାହିଁ ତ ଭୋଟ ନାହିଁ, ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଉଡ଼ରୁଙ୍ଗ ଓ କଟିଙ୍ଗକନା ଗ୍ରାମବାସୀ

ରାସ୍ତା ନାହିଁ ତ ଭୋଟ ନାହିଁ, ବିଜୁଳି ନାହିଁ ତ ଭୋଟ ନାହିଁ,

ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଉଡ଼ରୁଙ୍ଗ ଓ କଟିଙ୍ଗକନା ଗ୍ରାମବାସୀ

ଜୁନାଗଡ଼ ୪/୫(ମନିସ )ନିର୍ବାଚନ ଯେତେ ପାଖେଇ ଆସୁଥିବା ବେଳେ! ଭୋଟର ଙ୍କ ବିଚାର ମଧ୍ୟ୍ୟ ପରିବର୍ତନ ର ରାହା ଖୋଜୁଛି, ଏଭଳି ବିଚାର ଧାରା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଶଗଡା ଗ୍ରାମ ପଂଚାୟତ ୬ନମ୍ବର ୱାର୍ଡ ଅନ୍ତର୍ଗତ ଉଡ଼ରୁଙ୍ଗ ଏବଂ କଟିଙ୍ଗକୋନା ଗାଁ ।ଏହି ଦୁଇ ଗ୍ରାମ ହେଉଛି ସମ୍ପୂର୍ଣ ଆଦିବାସୀ ଅଧୁଷିତ ଦୁର୍ଗମ ଅଂଚଳ ଭାବେ ପରିଚିତ ଗାଁ ଅଟେ ,।ଉଡ଼ରୁଙ୍ଗ ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୦୦ ଶହ ଥିବାବେଳେ କଟିଙ୍ଗକୋନା ୧୫୦ ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି,।କିନ୍ତୁ ସ୍ୱାଧୀନତା ର ଦୀର୍ଘ ବର୍ଷ ବିତି ଯାଇ ଥିଲେ ମଧ୍ୟ୍ୟ , ସାଧାରଣ ଭିର୍ତିଭୂମି ର ଘୋର ଅଭାବ ରହିଛି, କର୍ଲ।ପାଟ ଅଭୟାରଣ୍ୟ ମଧ୍ୟ୍ୟରେ ଏହି ଆଦିବାସୀ ଅଧୁଷିତ ଦୁଇ ଗ୍ରାମ ପାଇଁ ରାସ୍ତାଘାଟ, ବିଜୁଳି ସ୍ଵାସ୍ତ୍ୟ ସେବା, ପାନୀୟ ଜଳର ବ୍ୟବସ୍ଥା ସେମାନଙ୍କ ପାଇଁ ସାତଶପନ ହୋଇ ରହିଛି, ବର୍ଷା ଦିନ ଆସିଲେ ଏହି ଦୁଇ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡେ, ରାସ୍ତାଘାଟ ସ୍ୱାସ୍ଥ୍ୟ ସେବା ପାନୀୟ ଜଳ ସେବା ପାଇବାପାଇଁ ଜୀବନ ଦୁର୍ବିସହ ହୋଇପଡେ, ଗର୍ବବତୀ ମହିଳା ପ୍ରଶବ ପାଇଁ ଯନ୍ତ୍ରଣା ର ଶିକାର ହୋଇ କେତେବେଳେ ଜୀବନ ମଧ୍ୟ୍ୟ ଚାଲି ଯିବାର ନଜୀର ରହିଛି, ଏପରି ଅନେକ ସମସ୍ୟା ସମୁଖୀନ ହୋଇ ଏଠାକାର ଅଧିବାସୀ ଜୀବନଜାପନ କରୁଛନ୍ତି, ନିର୍ବାଚନ ଆସିଲେ ଅନେକ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଗମନ ହେଉଥିବା ଦେଖିବାକୁ ମିଳେ ଏହି ଦୁଇ ଗ୍ରାମବସି ତାଙ୍କର ଏହି ମୌଳିକ ସମସ୍ୟା ନେଇ ସେମାନଙ୍କୁ ଠାରେ ଗୁହାରି କରିଥାନ୍ତି, ଏପରିକି ଏହିସବୁ ସମସ୍ୟା ଅତି ଶୀଘ୍ର ପୂରଣ କରାଯିବ ବୋଲି ସେମାଙ୍କର ଠାରୁ ଦୃଢ଼ ପ୍ରତିଶୃତି ମଧ୍ୟ୍ୟ ମିଳେ, ହେଲେ ନିର୍ବାଚନ ଭୋଟ ସରିଗଲେ କାହାର ମଧ୍ୟ୍ୟ ଆଉ ଦେଖିବାକୁ ମିଳି ନ ଥାଏ, ଏହି ଗ୍ରାମ ବାସୀଙ୍କର ମୌଳିକସୁବିଧା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନି ଫଳରେ ଗ୍ରାମବାସି ଧର୍ଯ୍ୟଚୁତ ହୋଇ କାହା ଉପରେ ଭରସା କରିପାରୁନାହାନ୍ତି।, ଏଣୁ ଏହି ଦୁଇ ଗ୍ରାମବାସି କ୍ଷୋଭପ୍ରକାଶ କରି ଦୃଢ଼ ନିଷ୍ପତି ନେଇଛନ୍ତି ଯେ ରାସ୍ତା ନାହିଁ,ବିଜୁଳି ନାହିଁ, ଏହି ସବୁ ସମସ୍ୟା ର ସମାଧାନ ନାହଁ ତ ଭୋଟ ନାହଁ, ଚଳିତ ନିର୍ବାଚନ ରେ ଭୋଟ ନ ଦେଇ ଭୋଟବର୍ଜନ କରିବୁ ବୋଲି ଗଣମାଧ୍ୟମ ପ୍ରତିନିଧି ନିକଟରେ ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ରେ ସାରଦା ଓ ରଘୁନାଥପାଲି ରେ ଦୁର୍ଗା, ବଣେଇ ରୁ ଲକ୍ଷ୍ମଣ, ବିରମିତ୍ରପୁର ରୁ ରୋହିତ, ସୁନ୍ଦରଗଡ ରୁ ଯୋଗେଶ, ତଳସରା ରୁ ଭବାନୀ, ରାଜଗାଙ୍ଗପୁର ରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ 

masiha

ଧରାକୋଟ ରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

Sunil Chandra Nayak

କେନ୍ଦ୍ର ବିରୋଧରେ ବିଜେଡି ର ଜୋରଦାର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!