ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମେନ୍ଦ୍ର ପ୍ରଧାନଙ୍କ ଖଡ଼ିଆଳ ଠାରେ ପରିବର୍ତ୍ତନ ସମାବେଶରେ ଯୋଗଦାନ

ଧର୍ମେନ୍ଦ୍ର ପ୍ରଧାନଙ୍କ ଖଡ଼ିଆଳ ଠାରେ ପରିବର୍ତ୍ତନ ସମାବେଶରେ ଯୋଗଦାନ

 ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ କୁ କେନ୍ଦ୍ର ଉଚ୍ଚ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ରସ୍ତକରି ଆୟୋ ଜିତ ପରିବର୍ତ୍ତନ ସମାବେଶ ର ବିଶାଳ ଜନ ସମାବେଶ କୁ ସମ୍ବୋଧନ କରି ଉଦବୋଧନ ଦେଇଛନ୍ତି । ଉଦବୋଧନ ଆରମ୍ଭରୁ ଖଡ଼ିଆଳ ଗଡ଼ ରକ୍ଷକ ମାଁ ରକ୍ତାମ୍ବରୀ ଇଷ୍ଟ୍ରଦେବୀ ମାଁ ସମଲେଶ୍ବରୀ ମହାପ୍ରଭୁ ଜଗନ୍ନାଥଙ୍କ ଜୟ ଗାନ ସ୍ଲୋଗାନ ଦେଇ ଉଦବୋଧନ ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟ ନବୀନ ସରକାର ଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 24ବର୍ଷର ରାଜ୍ୟ ସରକାର ଙ୍କ ଅପାରଗତା ଦୁର୍ନୀତି ସମ୍ବେଦନଶୀଳତା ଲୋକଙ୍କୁ କଷ୍ଟ ଦେଇଛି । ଯେଉଁ ସରକାର ଲୋକଙ୍କୁ ବିଷୁଦ୍ଦ ପାଣି,କ୍ଷେତ କୁ ଜଳସେଚନ,ଡାକ୍ତର ଖାନାରେ ଡାକ୍ତର,ବିଦ୍ୟାଳୟରେ ଶିକ୍ଷକ,ଲୋକଙ୍କୁ ନିଯୁକ୍ତି ରୋଜଗାର ଦେଇପାରିଲା ନାହିଁ, ସେହି ସରକାର ରାଜ୍ୟରେ ରହିବା ଦରକାର ନାହିଁ ବୋଲି ଗର୍ଜିଛନ୍ତି । ଏଥର ନରେନ୍ଦ୍ର ମୋଦି ଙ୍କୁ ଓଡିଶା ବାସୀ ଆଶୀର୍ବାଦ କରି ସରକାର ପରିବର୍ତ୍ତନ କରିବା ପାଇଁ ମନ ବୋଲାଇଲେଣି ବୋଲି ପ୍ରକାଶ କରିଛନ୍ତି । ଏଥର ଖଡ଼ିଆଳ ବାସୀ କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଲବିକା କେଶରୀ ସିଂ ଦେଓ ଖଡ଼ିଆଳ ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କୁ ବିଜୟୀ କରି ସରକାର ପରିବର୍ତ୍ତନ କରିବେ ବୋଲି ଜନ ସମାବେଶ ରେ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାର ଙ୍କ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କ ପାଖରେ ପ୍ରତି ଫଳିତ ହୋଇଛି । ରାଜ୍ୟ ସରକାର ଙ୍କ ବିଫଳତା କୁ ଲୋକେ ବୁଝି ପାରିଲେଣି, ଏଥର ନବୀନ ସରକାର କୁ ଭୋଟର ବିତାଡିତ କରିବା ସହିତ ଭାରତୀୟ ଜନତା ପାର୍ଟି ର ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଉଭୟେ ମାଲବିକା କେଶରୀ ସିଂ ଦେଓ,ହିତେଶ କୁମାର ବଗର୍ତ୍ତି ପ୍ରକାଶ କରିଛନ୍ତି । ଆୟୋଜିତ ପରିବର୍ତ୍ତନ ସମାବେଶ ସଭାରେ ଜ଼ୀଲ୍ଲା ଭାଜପା ସଭାପତି ସୁବ୍ରତ କୁମାର ଠାକୁର ସଭାପତିତ୍ୱ କରିଥିବା ବେଳେ,ବରିଷ୍ଠ ଭାଜପା ନେତା ଶିବ ପ୍ରସାଦ ମୁଣ୍ଡ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ,ଆଦିବାସୀ ନେତା ବିକ୍ରମ ମାଝୀ,ପୂର୍ବତନ ଜ଼ୀଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ,ଯୁବ ନେତା ପ୍ରିୟ ରଞ୍ଜନ ମେହେର,ଦେବଦେଵ ସିଂ ଦେଓ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ,ଶ୍ରମିକ ନେତା କେଶବ ବେହେରା ପ୍ରମୁଖ ମଞ୍ଚରେ ରହି ଉଦବୋଧନ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକ ହେବେ ମନ୍ତ୍ରୀ

masiha

ଜନ ବିରୋଧୀ ବିଜେପି ସରକାର ହଟାଅ – ଦେଶ ବଞ୍ଚାଅ , ଶ୍ରମିକ କୃଷକ ର ଅଧିକାର ପାଇଁଁ ରାଜଭବନ ଆଗରେ ୭୨ ଘଣ୍ଟିଆ ଅହୋରାତ୍ର ମହା ଗଣଧାରଣା କୁ ସଫଳ କର – ବିଷ୍ଣୁ ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ,ସି ଆଇ ଟି ୟୁ 

masiha

ବିଜେଡି ର ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!