ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ସଂକଳନ ” ଅପରୂପା ” ଲୋକାର୍ପଣ

କବିତା ସଂକଳନ ” ଅପରୂପା ” ଲୋକାର୍ପଣ

ଅଦ୍ଯ ତା ୭.୫.୨୪ ରିଖ ମଙ୍ଗଳ ବାର ଅପରାହ୍ଣ ରେ ରାୟଗଡ଼ ସହର ଉପକଣ୍ଠସ୍ଥ ସାଇପ୍ରିୟା ନଗର ଚତୁର୍ଥ ଗଳି ମଦୀୟ ବାସ ଭବନ ସମ୍ମୁଖ ରେ କବୀ ଶ୍ରୀମତୀ ମହେଶ୍ବେତା ପାଣିଗ୍ରାହୀଙ୍କ ଦ୍ବିତୀୟ କବିତା ସଂକଳନ ” ଅପରୂପା ” ଉପସ୍ଥିତ ଗଣ ମାନ୍ଯ ବ୍ଯକ୍ତି ଶ୍ରୀମତୀ ପାଣିଗ୍ରାହୀଙ୍କ ପିତା ଶ୍ରୀ ନିତ୍ଯାନନ୍ଦ ସାହୁ, ମାତା ଶ୍ରୀମତୀ ଶାନ୍ତି ସାହୁ, ମଉସା ଶ୍ରୀ କାମେଶ୍ୱର ପାତ୍ର, ମାଉସୀ ଶ୍ରୀମତୀ ସାଗରୀକା ପାତ୍ର , ସ୍ବାମୀ ଶ୍ରୀଯୁକ୍ତ ରାଧାକାନ୍ତ ପାଣିଗ୍ରାହୀ ତଥା ରାୟଗଡ଼ ର ପରିଚିତ କବି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ନୀଳମଣି ପାଟ୍ଟଯୋଷୀ, ସମାଜ ସେବକ ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ, ଶ୍ରୀଯୁକ୍ତ ଜୟଦେବ ସିଠ, ଶ୍ରୀମତୀ ଜୟନ୍ତୀ ସିଠ ଙ୍କ କରକମଳରେ ଲୋକାର୍ପଣ ହୋଇ ଯାଇଛି। ଶ୍ରୀମତୀ ମହେଶ୍ବେତା ପାଣିଗ୍ରାହୀଙ୍କ ବିବାହ ବାର୍ଷିକୀ ର ରଜତ ଜୟନ୍ତୀ ୨୫ ବର୍ଷ ପାଳନ ଉପଲକ୍ଷେ ମହାଶୟାଙ୍କ ସ୍ବାମୀ ଶ୍ରୀଯୁକ୍ତ ରାଧାକାନ୍ତ ପାଣିଗ୍ରାହୀ ଙ୍କ ସହକର୍ମୀ ଶିକ୍ଷକ/ ଶିକ୍ଷିକା ଗଣ ଉଭୟ ଙ୍କୁ ୨୫ ବର୍ଷ ପୂର୍ତ୍ତି ଉଦ୍ଦେଶ୍ଯ ରେ ଫୁଲହାର ପ୍ରଦାନ ପୂର୍ବକ ପୁଣି ବିବାହ କାର୍ଯ୍ୟକ୍ରମ କରି ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ଅତିଥି ଭଦ୍ର/ ଭଦ୍ରା ଗଣ ଉଭୟ ପତିପତ୍ନୀଙ୍କୁ ଆଶୀର୍ବାଦ ପ୍ରଦାନ ସହ ସେମାନଙ୍କ ଆଗତ ଜୀବନର ଶୁଭ ମନାସି ମଧ୍ଯାହ୍ନ ପ୍ରସାଦ ସେବନ ପରେ ଭବ୍ଯ କାର୍ଯ୍ୟକ୍ରମ ସମାପନ କରାଯାଇ ଥିଲା।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭବାନିପାଟଣାରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

masiha

ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!