ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି ବିଜେଡି , ସହର ଓ ଗ୍ରାମାଞ୍ଚଳରେ ୱାର୍ଡରୁ ୱାର୍ଡ ଘରକୁ ଘର ଯାଇ ଭୋଟ ପାଇଁ ଗୁହାରି କରୁଛି

ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି ବିଜେଡି , ସହର ଓ ଗ୍ରାମାଞ୍ଚଳରେ ୱାର୍ଡରୁ ୱାର୍ଡ ଘରକୁ ଘର ଯାଇ ଭୋଟ ପାଇଁ ଗୁହାରି କରୁଛି

ଜୁନାଗଡ଼,୮/୫ ( ମ ନି ସ)ନିର୍ବାଚନ ଯେତେ ପାଖେଇ ଆସୁଛି, ଦଳୀୟ ପ୍ରଚାର ସେତିକି ବୃଦ୍ଧି ପାଉଛି। କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜୁନାଗଡ଼ ସହର ଓ ଗ୍ରାମାଞ୍ଚଳରେ ବିଜେଡି ତାର ପ୍ରଚାରକୁ ଜୋରଦାର କରୁଛି। ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ କେପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ଓ ଗୋଳମୁଣ୍ଡା ର ବିଭିନ୍ନ ଗାଁ ଓ ବସ୍ତିରେ ଯାଇ ନିଜ ପାଇଁ ଦଳୀୟ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି। ଏହି ଦୁଇ ବିଜେଡି ପ୍ରାର୍ଥୀ ନବୀନ ସରକାରଙ୍କ ବିକାଶକୁ ପାଥେୟ କରି ଲୋକଙ୍କ ନିକଟତର ହୋଇ ଭୋଟ ମାଗୁଥିବା ଦେଖିବାକୁ ମିଳୁଛି।ଏଥିରେ ଅନେକ ଦଳୀୟ କର୍ମୀ ସାମିଲ ହୋଇ କେପଟେନ ଓ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରୁଥିବା ଦେଖିବାକୁ ମିଳୁଛି।ଏପଟେ ସହରର ବୁଶିଷ୍ଟ ସମାଜ ସେବୀ ଦୁର୍ଗାପ୍ରସାଦ ନାଏକଙ୍କ ନେତୃତ୍ୱରେ, ନଗର ସଭାପତି ସତୀଶ ପଧାନ, ଏନଏସି ଉପାଧ୍ୟକ୍ଷ୍ୟା ହିମାଦ୍ରୀ ନାଏକ,ବିଭିନ୍ନ ୱାର୍ଡର କାଉନସିଲର, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଶତାଧିକ ମହିଳା ପୁରୁଷ ସହର ପ୍ରତ୍ୟେକ ୱାର୍ଡର ଘରକୁ ଘର ଯାଇ, ବିଜେଡି ସପକ୍ଷରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଧାୟକ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଗୁହାରି କରୁଛନ୍ତି।ଦୀର୍ଘ ଦିନରୁ ନିଜର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିଥିବା ବିଜେଡି ନିଜର ସଂଗଠନ ପାଖକୁ ସହଜରେ ପହଞ୍ଚି ପାରୁଥିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି କେ ପଣ୍ଡିଆନଙ୍କ କଳାହାଣ୍ଡି ଗସ୍ତପରେ ବିଜେଡି କର୍ମୀ ଉତ୍ସାହିତ ରହିଥିବା ଦେଖିବାକୁ ମିଳୁଛି।ଜୁନାଗଡ଼ ନଗରର ବିଜେଡି ପ୍ରଚାର ମଙ୍ଗ ଦୁର୍ଗା ନାଏକ ସମ୍ଭାଳିବା ପରେ, କର୍ମୀ ଉତ୍ସାହିତ ହୋଇ ବିଜେଡ଼ିକୁ ଜିତେଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରିରଖିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

ରମେଶ ଚନ୍ଦ୍ର ମାଝୀ ହେଲେ ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ 

masiha

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ? ନବୀନ ନନ୍ଦ, ପୁର୍ବତନ ବିଧାୟକ ଙ୍କ ସ୍ମୃତି ଓ ଅନୁଭୂତି

Sunil Chandra Nayak

Leave a Comment

error: Content is protected !!